ମହାରାଷ୍ଟ୍ର: ରାଜ୍ୟରେ କୋରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଦେଶର ସର୍ବାଧିକ କୋରୋନା ମାମଲା ମଧ୍ୟରେ ରେକର୍ଡ କରିଛି ମହାରାଷ୍ଟ୍ର । ଏଠି 59 ହଜାର 546 ଜଣ ସଂକ୍ରମିତ ହେବା ସହ 1982 ଜଣଙ୍କ ଜୀବନ ନେଇଛି କୋରୋନା । ଏପରି ସ୍ଥିତିରେ ନାଗପୁରରେ ଲକଡାଉନ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି ।
ସାମାଜିକ ଦୂରତା ଭୁଲି ରେଡ ଜୋନରୁ ପ୍ରତିବନ୍ଧକ ହଟାଇବାକୁ ନାଗପୁରରେ ପ୍ରତିବାଦ - ରେଡ ଜୋନରୁ ପ୍ରତିବନ୍ଧକ ହଟାଇବାକୁ ନାଗପୁରରେ ପ୍ରତିବାଦ
ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟରେ ମହାରାଷ୍ଟ୍ର । ନାଗପୁର ଜିଲ୍ଲାରେ ଶହ ଶହ ଲୋକେ ସାମାଜିକ ଦୂରତାକୁ ଭୁଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...
ସାମାଜିକ ଦୂରତା ଭୁଲି ରେଡ ଜୋନରୁ ପ୍ରତିବନ୍ଧକ ହଟାଇବାକୁ ନାଗପୁରରେ ପ୍ରତିବାଦ
ମହାରାଷ୍ଟ୍ରରେ ସଂକ୍ରମଣ ହାର ତ୍ରୀବ ଗତିରେ ବଢିବାରେ ଲାଗିଛି । ସରକାର କଟକଣାକୁ ସେତିକି କଟକଡା ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଟ୍ରେନ ଚଳାଚଳ ଠାରୁ ବିମାନ ଉଡାଣକୁ ନେଇ କେନ୍ଦ୍ର ସହ ମନ୍ତାନ୍ତର ଦେଖାଦେଇଥିଲା।
ସେପଟେ, ନାଗପୁରର କୋଭିଡ ରେଡ ଅଞ୍ଚଳ ମୋମିନପୁରାରେ ଲୋକେ ଦଳବଦ୍ଧ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସାମାଜିକ ଦୂରତା ଭୁଲି କଟକଣା କୋହଳ କରିବାକୁ ଦାବି କରିଛନ୍ତି । ଗତ ଗୁରୁବାର ରାସ୍ତାଘାଟ ଖୋଲିବା ପାଇଁ ରାସ୍ତାରେ ପ୍ରତିବାଦ କରିଥିଲେ ।