ବେଙ୍ଗାଲୁରୁ: ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ । କର୍ଣ୍ଣାଟକର ରାମାନଗର ଜିଲ୍ଲାର ଏକ ଗାଁ ମନ୍ଦିର ମେଳାରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ ।
ଗୁରୁବାର ଦିନ ବହୁ ସଂଖ୍ୟାରେ ଲୋକ ଏହି ମେଳାରେ ସାମିଲ ହେବାକୁ ଏକାଠି ହୋଇଥିଲେ । ତେବେ ଏହି ଘଟଣା ନେଇ ସ୍ଥାନୀୟ ତହସିଲଦାରଙ୍କ କହିବାନୁସାରେ, ସମାବେଶ ପାଇଁ ଅନୁମତି ପ୍ରଦାନ କରିଥିବାରୁ ଅଧିକାରୀଙ୍କୁ ରାମନଗର ଡେପ୍ୟୁଟି କମିଶନର ନିଲମ୍ବିତ କରିଥିଲେ ।