ସିମଲା: ଶୀତ ଆରମ୍ଭ ନ ହେଉଣୁ ଆରମ୍ଭ ହୋଇଛି ତୁଷାରପାତ । ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଦେବଭୂମୀ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ଆରମ୍ଭ ହୋଇଛି ବରଫପାତ । ଫଳରେ ଅସ୍ବାଭାବିକ ଭାବେ ପାରଦ ଖସିଛି । ଚମ୍ବା, ସିମଲା ପ୍ରଭୃତି ସ୍ଥାନରେ ବରଫପାତ ହୋଇଥିବା ଦେଖିବାକୁ ମିଳିଛି ।
ହିମାଚଳ ପ୍ରଦେଶରେ ତୁଷାରପାତ, ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା - ହିମାଚଳ ପ୍ରଦେଶରେ ବରଫପାତ
ଦେବଭୂମୀ ହିମାଚଳ ପ୍ରଦେଶରେ ଆରମ୍ଭ ହୋଇଛି ତୁଷାରପାତ । ଏହି ବରଫପାତ ସିମଲା ଓ ଚମ୍ବାର ଶୀତଳ ପରିବେଶର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିପକାଇଛି । ସେପଟେ ଅସ୍ବାଭାବିକ ଭାବେ ପାରଦ ଖସୁଥିବାରୁ ଗରମ ବସ୍ତ୍ରର ବ୍ୟବହାର ଆରମ୍ଭ କରିଛନ୍ତି ଜିଲ୍ଲାବାସୀ ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ସେପଟେ ଏହି ବରଫପାତ କାରଣରୁ ଚମ୍ବା ଓ ସିମଲା ଏକ ପ୍ରକାର ଧଳା ଚାଦରରେ ଢାଙ୍କି ହୋଇଥିବା ଭଳି ମନେହୁଏ । ଏହାସହିତ ରାଜ୍ୟର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି । ପାହାଡ଼ ଗୁଡ଼ିକ ଉପରେ ପ୍ରବଳ ବରଫପାତ କାରଣରୁ ଶିଖର ଗୁଡ଼ିକରେ ବରଫ ଜମିବାରେ ଲାଗିଛି । ସବୁଜବନାନୀ ଓ ଶୀତଳ ପରିବେଶକୁ ଆହୁରି ମନଲୋଭା କରିଦେଇଛି ଏହି ବରଫପାତ ।
ସେହିପରି ଘାଟି ଅଞ୍ଚଳର ଦୃଶ୍ୟ ମଧ୍ୟ ବେଶ ଆକର୍ଷଣୀୟ ହୋଇ ପଡ଼ିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରୋମାଞ୍ଚରେ ଭରପୁର ହୋଇ ଉଠିଛି ଏହି ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟକମାନେ ଏହି ବରଫପାତର ମଜା ଉଠାଉଥିବା ଦେଖିବାକୁ ମିଳିଛି ।