ଡେରାଡୁନ: ବଦ୍ରିନାଥରେ ବରଫପାତ । ରବିବାର ଦ୍ବିପ୍ରହରରୁ ପାଗ ଖରାପ ହେବା ସହ ବଦ୍ରିନାଥ ଧାମର ଉପର ଭାଗରେ ବରଫପାତ ଜାରି ରହିଛି । ତଳ ଭାଗର କିଛି ସ୍ଥାନରେ ବର୍ଷା ହୋଇଥିବାରୁ ଧାମରେ ଥଣ୍ଡା ବଢିଯାଇଛି ।
ବଦ୍ରିନାଥରେ ବରଫପାତ, ନଭେମ୍ବର 17ରୁ ବନ୍ଦ ଦର୍ଶନ - ବଦ୍ରିନାଥ ଧାମ
ବଦ୍ରିନାଥ ଧାମରେ ନଭେମ୍ବର 17 ତାରିଖରୁ ବନ୍ଦ ରହିବ ଦର୍ଶନ । ବରଫ ପଡୁଥିବା କାରଣରୁ 6 ମାସ ପର୍ଯ୍ୟନ୍ତ ଭଗବାନ ବଦ୍ରିନାଥଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ ।
ଡିଜାଇନ ଫଟୋ
ନଭେମ୍ବର 17 ତାରିଖରୁ ବଦ୍ରିନାଥଙ୍କ ଦର୍ଶନ କରିପାରିବେନି ଯାତ୍ରୀ । ଶୀତଦିନ ପାଇଁ ବରଫ ପଡୁଥିବାରୁ ବନ୍ଦ ରହିବ ଭଗବାନ ବଦ୍ରିନାଥଙ୍କ ମନ୍ଦିର । ତେବେ ଏହା ପୂର୍ବରୁ ହିଁ ଉତ୍ତରାଖଣ୍ଡର ଅନେକ ସ୍ଥାନରେ ବରଫ ପଡିବା ଆରମ୍ଭ ହୋଇଛି । ପାହାଡିଆ ଅଞ୍ଚଳରେ ବରଫ ପଡୁଥିବାରୁ ରାଜ୍ୟରେ ମଧ୍ୟ ଶୀତ ଅନୁଭୂତ ହେଲାଣି ।
ବରଫ ପଡିବା ଆରମ୍ଭ ହେବାରୁ ବଦ୍ରିନାଥ ଧାମରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ଜଣାପଡିଛି । ଯାତ୍ରୀମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତନିୟନ୍ତ୍ରିତ ପୋଷାକ ପିନ୍ଧୁଛନ୍ତି ।