ଡେରାଡୁନ: ସାରା ଦେଶରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ସ୍ଥିତି ଅସମ୍ଭାଳ। ଏହି ତାପମାତ୍ରାରେ ଶୀତବସ୍ତ୍ର ବିନା ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ । କିନ୍ତୁ ଏଠାକାର ଜଣେ ସାଧୁଙ୍କ ଜୀବନଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । କେବଳ ଗୋଟିଏ ପୋଷାକରେ ଏହି ସାଧୁ 12 ମାସ ଯମୁନୋତ୍ରୀ ଧାମରେ ସାଧନା କରୁଛନ୍ତି ।
ମାଇନସ 13 ଡିଗ୍ରୀ ମଧ୍ୟରେ ଯମୁନୋତ୍ରୀ ଧାମର ସାଧୁ ଯାନକୀ ଦାସ ବର୍ଷବର୍ଷ ଧରି ଏହି କାଠୁଆ ଶୀତରେ ବସି ତପସ୍ୟା କରୁଛନ୍ତି । 4 ରୁ 5 ଫୁଟର ବରଫ ମଧ୍ୟ ସାଧୁଙ୍କୁ ଢାଙ୍କି ଦେଇଛି । ତଥାପି ଖଣ୍ଡିଏ ପୋଷାକରେ ହନୁମାନ ମନ୍ଦିର ସାମ୍ନାରେ ସେ ସାଧନା କରୁଛନ୍ତି । ଏହି ଉତ୍କଟ ଜୀବନ ଜୀଇଁବା ପାଇଁ ଯେମିତି ସେମାନଙ୍କୁ ମନ୍ଦିରର ଘଣ୍ଟି ଶକ୍ତି ପ୍ରଦାନ କରୁଥାଏ ବୋଲି କୁହନ୍ତି ସାଧୁସନ୍ଥ ।