ସିମଲା: ପ୍ରବଳ ବର୍ଷା କାରଣରୁ ହିମାଚଳ ପ୍ରଦେଶରେ ଏବେ ତୁଷାରପାତ ଦେଖାଦେଇଛି । ଫଳରେ ପାଗ ଅନୁକୂଳ ଥିବାରୁ ରାଜ୍ୟରେ ସେଓ ଚାଷ ମଧ୍ୟ ଭଲ ହୋଇଛି । ତେବେ ତୁଷାରପାତ ସ୍ଥାନୀୟ ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।
ଅନୁକୂଳ ପାଗ ପାଇଁ ରାଜ୍ୟରେ ଭଲ ସେଓ ଚାଷ ହୋଇଥିଲା । ମାତ୍ର ବିଗତ କିଛି ଦିନ ଧରି ରାଜ୍ୟରେ ପ୍ରବଳ ତୁଷାରପାତ ଜାରି ରହିଛି। ଫଳରେ ବରଫପାତ ପାଇଁ ସେଓଚାଷ ବ୍ୟାପକ ଭାବେ କ୍ଷତିର ସମ୍ମୁଖିନ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ 2013 ଜୁନରେ ମଧ୍ୟ ଅନୂରୁପ ଭାବେ ତୁଷାରପାତ ହୋଇଥିଲା । ଯାହାଫଳରେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା।