ଓଡିଶା

odisha

ETV Bharat / bharat

ହିମାଚଳରେ ବରଫପାତ ଯୋଗୁଁ 609 ରୋଡ ବନ୍ଦ - ତୁଷାର ପାତରେ ଜନଜୀବନ ଅସ୍ତବ୍ୟସ୍ତ

ସାରା ଦେଶରେ ଜାରି ରହିଛି ଶୀତ ଲହରୀ। କିଛି ସ୍ଥାନରେ ପାରଦ ତଳକୁ ତଳ ଖସିବାରେ ଲାଗିଛି । ସ୍ଥାନେ ସ୍ଥାନେ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଯେତିକି ମଜା କରୁଛନ୍ତି ସେଠାରେ ସେତିକି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ପଢନ୍ତୁ ଅଧିକ ଖବର...

ହିମାଚଳରେ ବରଫପାତ ଯୋଗୁଁ 609 ରୋଡ ବନ୍ଦ
ହିମାଚଳରେ ବରଫପାତ ଯୋଗୁଁ 609 ରୋଡ ବନ୍ଦ

By

Published : Jan 12, 2020, 7:53 PM IST

ସିମଲା: ସାରା ଦେଶରେ ଜାରି ରହିଛି ଶୀତ ଲହରୀ। କିଛି ସ୍ଥାନରେ ପାରଦ ତଳକୁ ତଳ ଖସିବାରେ ଲାଗିଛି । ସ୍ଥାନେ ସ୍ଥାନେ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଯେତିକି ମଜା କରୁଛନ୍ତି ସେଠାରେ ସେତିକି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ନା ବିଜୁଳିର ସୁବିଧା ମିଳୁଛି ନା ପାଣିର। ଏମିତି ପରିସ୍ଥିତି ଦେଖିବାକୁ ମିଳିଛି ଉତ୍ତର ଭାରତୀୟ ହିମାଚଳ ପ୍ରଦେଶରେ।

ରାଜ୍ୟର ମୋଟାମୋଟି ଭାବେ 609ଟି ସ୍ଥଳପଥ ଜାମ ହୋଇ ରହିଛି । ସେଥିମଧ୍ୟରୁ 5ଟି ରାଜ୍ୟ ରାଜପଥ ରହିଥିବା ଜଣାପଡିଛି। ସେପଟେ ବିଜୁଳି ଓ ପାଣି ବିତରଣ ଯୋଜନା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ରାଜ୍ୟର କୁଲ୍ଲୁ ଜିଲ୍ଲାରେ ଯାତାୟତରେ ବାଧା ଉପୁଜିବାରୁ ରାସ୍ତାରୁ ବରଫକୁ ହଟାଯିବା ନେଇ କାମ ଆରମ୍ଭ ହୋଇଛି । ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ପାରଦ 7 ଡିଗ୍ରୀରୁ ତଳେ ରହୁଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ABOUT THE AUTHOR

...view details