ସିମଲା: ମାର୍ଚ୍ଚ ମାସରେ ମଧ୍ୟ ପାହଡ ରାଣୀ ହିମାଚଳ ପ୍ରଦେଶରେ ଜାରି ରହିଛି ତୁଷାରପାତ । ବୁଧବାର ରାତି ଠାରୁ ସିମଲା ଓ କିନୌରର ପାହାଡିଆ ଅଞ୍ଚଳରେ ବରଫପାତ ଆରମ୍ଭ ହୋଇଛି । ଅତ୍ୟଧିକ ବରଫପାତ ଯୋଗୁଁ ରାସ୍ତାରେ ବହୁ ପରିମାଣର ବରଫ ଜମି ରହିଛି । ଯେଉଁଥିପାଇଁ ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି। ଅନ୍ୟପଟେ କୁଫରୀ ଓ ମସୋବରାରେ ହାଲୁକା ବରଫ ବର୍ଷା ହୋଇଛି ।
ନାରକଣ୍ଡା ଓ ଖଣ୍ଡାପଟ୍ଟରରେ ପ୍ରଶାସନ ପକ୍ଷରୁ ମେସିନ ଲଗାଯାଇ ରାସ୍ତାରୁ ବରଫ କଢାଯାଉଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ଅଞ୍ଚଳରେ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି । ଅତ୍ୟଧିକ ବରଫପାତ ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଅନ୍ୟପଟେ ଗୁରୁବାର ଦିନ ତମାମ କେତେକ ଅଞ୍ଚଳରେ ଅତ୍ୟଧିକ କୁଆପଥର ବର୍ଷା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।