ଡେରାଡୁନ: ସ୍ନୋ ଲିଓପାର୍ଡ (ବରଫରେ ରହୁଥିବା କଲରାପତରିଆ ବାଘ) ବିଲୁପ୍ତ ପ୍ରଜାତି ପ୍ରାଣୀଙ୍କ ମଧ୍ୟରେ ଗଣନା କରାଯାଏ । ତେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ସରକାର ସ୍ନୋ ଲିଓପାର୍ଡଙ୍କ ସଂରକ୍ଷଣ କେନ୍ଦ୍ର ସ୍ଥାପନର ଘୋଷଣା କରିଛନ୍ତି । ଇତି ମଧ୍ୟରେ ଯମୁନା ଘାଟିର ଗୋବିନ୍ଦ ପଶୁ ବିହାର ଜାତୀୟ ଉଦ୍ୟାନରେ ସ୍ନୋ ଲିଓପାର୍ଡ ଦେଖିବାକୁ ମିଳିଛି ।
'ସ୍ନୋ ଲିଓପାର୍ଡ'ର ପାଦଚିହ୍ନ ବନ ବିଭାଗ ଟିମର ପାଟ୍ରୋଲିଂ ବେଳେ ସ୍ନୋ ଲିଓପାର୍ଡ କ୍ୟାମେରାରେ କଏଦ ହୋଇଛି । ଏହି ଜାତୀୟ ଉଦ୍ୟାନ ଏକ ହଜାର ବର୍ଗ କିଲୋମିଟରରେ ପରିବ୍ୟକ୍ତ । ଏହି ଜାତୀୟ ଉଦ୍ୟାନ 1953ରେ ସ୍ଥାପନ ହୋଇଥିଲା ।
ଗୋବିନ୍ଦ ପଶୁ ବିହାର ରେଞ୍ଜର ଅଧିକାରୀ ଜ୍ବାଲା ପ୍ରସାଦ ଗୌଡ ଇଟିଭି ଭାରତକୁ ଜଣାଇଛନ୍ତି ଯେ, ଚଳିତ ବର୍ଷ ଏପ୍ରିଲ ମାସରେ ଏଠାରେ ଉଚ୍ଚ ଅଧିକାରୀଙ୍କ ସହ ପାଟ୍ରେଲିଂ କରାଯାଇଥିଲା । ପ୍ରଥମ କରି 3500ରୁ 3800ମିଟର ଉଚ୍ଚରେ ସ୍ନୋ ଲିଓପାର୍ଡର ପାଦ ଚିହ୍ନ ଦେଖିବାକୁ ମିଳିଛି ।
ଗୋବିନ୍ଦ ପଶୁ ବିହାର ଜାତୀୟ ଉଦ୍ୟାନରେ ଦେଖାଗଲା ବିରଳ 'ସ୍ନୋ ଲିଓପାର୍ଡ' ଏହାପୂର୍ବରୁ 2006ରେ ଏହି ଜାତୀୟ ଉଦ୍ୟାନରେ ବରଫରେ ରହୁଥିବା କଲରାପତରିଆ ବାଘ ଦେଖିବାକୁ ମିଳିଥିଲା । କିନ୍ତୁ ସେହି ବାଘକୁ ବନ ବିଭାଗ ଟ୍ରେସ କରି ପାରି ନଥିଲା । ଏବେ ପୁଣି ସ୍ନୋ ଲିଓପାର୍ଡର ଉପସ୍ଥିତିର ସୁରାଗ ମିଳିଛି । ଯାହା ଏକ ପ୍ରକାରର ଶୁଭ ସଙ୍କେତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ