ଓଡିଶା

odisha

ETV Bharat / bharat

ସିମଲା ଓ ଡଲହୌଜିରେ ପ୍ରବଳ ବରଫପାତ ଜାରି

ପର୍ବତନଗରୀ ହିମାଚଳପ୍ରଦେଶ ରାଜଧାନୀ ସିମଲାରେ ପ୍ରବଳ ବରଫପାତ । ସିମଲାରେ ସର୍ବନିମ୍ନ ତାପମାତ୍ରା 0.4 ଡିଗ୍ରୀ ସେଲସିୟସ ରେକର୍ଡ । ଅଧିକ ପଢନ୍ତୁ...

simla
ସିମଲା ଓ ଡଲହୌଜିରେ ପ୍ରବଳ ବରଫପାତ ଜାରି

By

Published : Mar 14, 2020, 11:54 PM IST

ସିମଲା: ହିମାଚଳପ୍ରଦେଶରେ ଅତ୍ୟଧିକ ବରଫପାତ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ପାଣିପାଗ ନିର୍ଦ୍ଦେଶକ ମନମୋହନ ସିଂଙ୍କ ସୂଚନାନୂସାରେ, ସିମଲା, କୁଫରୀ, ଚାୟଲ ଓ ଡଲହୌଜୀରେ ଶୁକ୍ରବାର ରାତିସାରା ବରଫପାତ ହୋଇଥିବାବେଳେ ପାହାଡର ତଳ ଭାଗରେ ବର୍ଷା ହୋଇଛି । ଯେଉଁ କାରଣରୁ କେତେକ ସ୍ଥାନରେ ତାପମାତ୍ରାରେ ହ୍ରାସ ହୋଇଛି।

ତେବେ ସିମଲାରେ ସର୍ବନିମ୍ନ ତାପମାତ୍ରା 0.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ସିମଲାରେ 6 ସେଣ୍ଟିମିଟରର ବରଫ ଜମା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ଶନିବାର ସକାଳୁ ମନାଲୀ ଓ ଆଖପାଖ ଅଞ୍ଚଳରେ ଅତ୍ୟଧିକ ମାତ୍ରାରେ ବରଫପାତ ହୋଇଛି।

ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜଧାନୀ ସିମଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବରଫପାତ ହେବାନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

@IANS

ABOUT THE AUTHOR

...view details