ବେଙ୍ଗାଲୁରୁ: ଲଗାଣ ବର୍ଷା ଓ ବନ୍ୟା ବିତ୍ପାତରେ ଉବୁଟୁବୁ କର୍ଣ୍ଣାଟକ । ଏହି ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସମସ୍ତଙ୍କ ସୁରକ୍ଷାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ ତତ୍ପର । ମାତ୍ର ସରୀସୃପଙ୍କ ଚିନ୍ତା କରାଯାଉନଥିବା ବେଳେ ଏମାନଙ୍କ ସୁରକ୍ଷା ଚିନ୍ତା ଘାରିଛି ସ୍ନେକ ଶିବଙ୍କୁ ।
ବନ୍ୟା ବିତ୍ପାତ; ସରୀସୃପଙ୍କ ସୁରକ୍ଷାରେ ଶିବ - ବନ୍ୟା ବିତ୍ପାତରେ ଜୀବଜନ୍ତୁଙ୍କ ସୁରକ୍ଷା ଚିନ୍ତା
ବନ୍ୟା ବିତ୍ପାତରେ ଉବୁଟୁବୁ କର୍ଣ୍ଣାଟକ । ଏପରି ସ୍ଥଳେ ସରୀସୃପଙ୍କ ସୁରକ୍ଷା ଚିନ୍ତା ଘାରିଛି ସ୍ନେକ ଶିବଙ୍କୁ । ବନ୍ୟାଜଳରେ ଭାସି ଆସୁଥିବା ସାପଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି ସ୍ନେକ ଶିବ ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ବନ୍ୟା ପାଣିରେ ଭାସିଯାଉଥିବା ସରୀସୃପଙ୍କୁ ଉଦ୍ଧାର କରୁଛନ୍ତି ଏହି ସ୍ନେକ ଶିବ । ଆଜି ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରଜାତିର ସାପଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି ସେ । ଅଜଗର ସହିତ ସେ ବିଭିନ୍ନ ପ୍ରକାର ସାପଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଦେଶର 8ଟି ରାଜ୍ୟରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ଏହି ପ୍ରଳୟରେ ଶତାଧିକ ବିପନ୍ନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେ ବି ନିଖୋଜ ଅଛନ୍ତି । ଅଧିକାଂଶ ଜାଗାରେ ଘର ଭାଙ୍ଗି ବନ୍ୟା ଜଳରେ ଭାସି ଯାଇଥିବା ବେଳେ ଅନେକ ବେଘର ହୋଇଥିବା ଜଣାପଡ଼ିଛି ।