ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ମେଟ୍ରୋରେ ସାପ

ମେଟ୍ରୋରେ ସାପ । ହାଇଦ୍ରାବାଦ ସହରରେ ଥିବା ମେଟ୍ରୋ ସେବାରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ- ଇଟିଭି ଭାରତ, ବ୍ୟୁରୋ

By

Published : Aug 20, 2019, 2:36 PM IST

Updated : Aug 20, 2019, 2:51 PM IST

ହାଇଦ୍ରାବାଦ: ମେଟ୍ରୋରେ ସାପ । ହାଇଦ୍ରାବାଦ ସହରରେ ଥିବା ମେଟ୍ରୋ ସେବାରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ମେଟ୍ରୋ ଏଲବି ନଗର ଡିପୋରେ ଯାତ୍ରୀଙ୍କ ଅପେକ୍ଷାରେ ଥିଲା । ସମୟ ହେବା ପରେ ମୋଟ୍ରୋଟି ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ସମୟରେ ମେଟ୍ରୋ ପାଇଲଟ କ୍ୟାବିନରେ ଏହି ସାପକୁ ଦେଖିବାକୁ ପାଇଥିଲେ । ଏହି ଘଟଣା ଘଟିଥିଲା ଅଗଷ୍ଟ 14 ତାରିଖରେ ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ, ବ୍ୟୁରୋ

ମାତ୍ର ପାଇଲଟଙ୍କ କହିବା ଅନୁସାରେ, ଏଫଓଏସର କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସାପର ପତ୍ତା ପାଇନଥିଲେ । ତେବେ ଏହାର କିଛି ଦିନ ପରେ ସୋମବାର ଦିନ ସମାନ ସ୍ଥାନରେ ମେଟ୍ରୋର କ୍ୟାବିନ ଭିତରେ ସାପଟି ଥିବା ଦେଖିବାକୁ ପାଇଥିଲେ ପାଇଲଟ । ଏହି ଦୁଇ ଫୁଟର ବ୍ରୋଞ୍ଜ ବ୍ୟାକ ଟ୍ରି( ବିଷ ନଥିବା ସାପ)କୁ ଉଦ୍ଧାର କରିଥିଲେ FOS( ଫ୍ରେଣ୍ଡସ ଅଫ ସ୍ନେକ୍ସ ସୋସାଇଟି)ର ସଦସ୍ୟ ।

ସାପକୁ ଉଦ୍ଧାର କରିବା ପରେ FOS( ଫ୍ରେଣ୍ଡସ ଅଫ ସ୍ନେକ୍ସ ସୋସାଇଟି)ର ସଦସ୍ୟ ବନବିଭାଗର ଉପସ୍ଥିତିରେ ସ୍ଥାନୀୟ ଜଙ୍ଗଲରେ ସାପକୁ ଛାଡି ଦେଇଛନ୍ତି ।

Last Updated : Aug 20, 2019, 2:51 PM IST

ABOUT THE AUTHOR

...view details