ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏହି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବୁଧବାର ଟ୍ବିଟ କରି ସୂଚନା ଦେଇଛନ୍ତି ସ୍ମୃତି ।
କୋରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରି ଲେଖିଛନ୍ତି, କେବେ କେବେ ଏପରି ହୁଏ ଯେ ମୋତେ କିଛି ଘୋଷଣା କରିବା ପାଇଁ ଶବ୍ଦ ଖୋଜିବାକୁ ପଡେ । ଏନେଇ ମୁଁ ସାଧାରଣ ଭାବରେ କହୁଛି । ମୁଁ କୋରୋନାରେ ସଂକ୍ରମଣ ହୋଇଛି । ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନଙ୍କୁ କୋରୋନା ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ସ୍ମୃତି ।
ଏଭିଳି ସମୟରେ ସ୍ମୃତି ଇରାନୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେବେ ସେ ବିହାର ନିର୍ବାଚନ ପ୍ରଚାରରେ ଥିଲେ । ସ୍ମୃତି ମଙ୍ଗଳବାର ବିହାର ଗୋପାଳଗଞ୍ଜର ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।
ମହାମାରୀ କୋରୋନା ପଜିଟିଭ ଚିହ୍ନଟ ହେବାରେ ସ୍ମୃତି ଇରାନୀ ପ୍ରଥମ କେନ୍ଦ୍ରମନ୍ତ୍ରୀ ନୁହନ୍ତି । ଏହା ପୂର୍ବରୁ ଅନେକ କେନ୍ଦ୍ରମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । କୋରୋନା ପଜିଟିଭ ଚିହ୍ନଟ ହେବା ଲିଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିତିନ ଗଡକରୀ, କୃଷ୍ଣପାଲ ଗୁଜ୍ଜର, ଶ୍ରୀପଦ ନାୟକ, ଅର୍ଜୁନ ରାମ ମେଘୱାଲ ସଂକ୍ରମିତ ହୋଇଥିଲେ । ଅନ୍ୟପକ୍ଷେ କେନ୍ଦ୍ର ରେଳ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗଡୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି ।