ଲକ୍ଷ୍ନୌ: ରାଏବରେଲିରେ ବିଭିନ୍ନ ବିକାଶମୁଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଏହି ପ୍ରକଳ୍ପର ଉଦ୍ଗାଟନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରାଯାଇଛି । ଏହି ଅବସରରେ ଗଣମାଧ୍ୟମକୁ ପ୍ରିତିକ୍ରିୟା ଦେଇ ସ୍ମୃତି କହିଛନ୍ତି ଯେ ରାଏବରେଲି ସଂସଦୀୟ କ୍ଷେତ୍ରର ସାଲୋନ ବିଧାନସଭା କ୍ଷେତ୍ରରେ ମୋଟ 22 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ସବୁ ପ୍ରକଳ୍ପ ଖୁବ କମଦିନ ମଧ୍ୟରେ ଶେଷ କରିବା ପାଇଁ ଚେଷ୍ଟା ଚାଲିଛି । ସ୍ଥାନୀୟ ସମସ୍ୟା ଓ ପ୍ରକଳ୍ପ ଉପରେ ଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ ସେ ସମାଧାନ ଦିଗରେ କାମ କରୁଥିବା କହିଛନ୍ତି । ଏହି ସବୁ ସମସ୍ୟା ପାଇଁ ସେ ସ୍ଥାନୀୟ ଜିଲ୍ଲାପାଳ ଓ ପୋଲିସ ଏସପିଙ୍କ ସହ ଆଲୋଚନା କରିଥିବା କହିଛନ୍ତି ।
ଭିସିରେ ରାଏବରେଲିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ସ୍ମୃତି ଇରାନୀ - smruti irani union minister
ରାଏବରେଲିରେ ବିଭିନ୍ନ ବିକାଶମୁଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଏହି ପ୍ରକଳ୍ପର ଉଦ୍ଗାଟନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରାଯାଇଛି । ପଢନ୍ତୁ ଅଧିକ .....
ରାୟ ବରେଲିରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ମୃତି ଇରାନି
ସ୍ଥାନୀୟ ସମସ୍ୟା ଓ ବିଭିନ୍ନ ବିକାଶ ମୂଳକ କାମରେ ହେଉଥିବା ଅଭିଯୋଗକୁ ସରକାର ଅତି ଗୁରୁତର ସହ ନେଇ ତୁରନ୍ତ ସମାଧାନ କରିବା ଆବଶ୍ୟକ । ଏଥି ପାଇଁ ସରକାରକୁ ଲୋକେ ନିର୍ବାଚିତ କରିଛନ୍ତି ବୋଲି ସ୍ମୃତି କହିଛନ୍ତି । ଅଞ୍ଚଳରେ ଥିବା ପାନୀୟଜଳ ଓ ସାମାଜିକ କଲ୍ୟାଣ ପ୍ରକଳ୍ପ ଗୁଡିକରେ ଦେଖା ଯାଇଥିବା ସମସ୍ୟା ଓ ଅଭିଯୋଗ ଗୁଡିକୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଏହାର ସମାଧାନ ଦିଗରେ କାମ କରିବ ବୋଲି ଜିଲ୍ଲାପାଳ ଓ ଏସପି ପ୍ରତିଶୃତି ଦେଇଥିବା ସେ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ