ଓଡିଶା

odisha

By

Published : May 21, 2020, 8:23 PM IST

ETV Bharat / bharat

ଫୁସଫୁସରେ କୋରୋନା ଭୂତାଣୁର ମାତ୍ରା ବଢାଏ ଧୂମ୍ରପାନ

କୋଲ୍ଡ ସ୍ପ୍ରିଙ୍ଗ ହାର୍ବର ଲାବୋରେଟୋରୀ (ସିଏସଏଚଏଲ) ର ବୈଜ୍ଞାନିକଙ୍କ ହାତରେ ଲାଗିଛି କୋରୋନା ସଂକ୍ରମଣକୁ ନେଇ ଏକ ନୂଆ ତଥ୍ୟ । ବିଭିନ୍ନ ପରୀକ୍ଷା ପରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି କି ଧୂମ୍ରପାନ ଦ୍ବାରା ଫୁସଫୁସରେ ପ୍ରସ୍ତୁତ ହେଉଥିବା ACE2 (ଆଞ୍ଜିଓଟେନସିନ-କନଭର୍ଟିଂ ଏନଜାଇମ 2) କୋରୋନା ଭୂତାଣୁର ଏକ ମୁଖ୍ୟ ବାହକ ସାଜିପାରେ ।

SARS-CoV-2, coronavirus news, smoking, corona pandemic, କୋରୋନା ଭାଇରସ ନ୍ୟୁଜ୍‌, ଧୂମ୍ରପାନ, କୋରୋନା ମହାମାରୀ
ଫୁସଫୁସରେ କୋରୋନା ଭୂତାଣୁର ମାତ୍ରା ବଢାଏ ଧୂମ୍ରପାନ

ହାଇଦ୍ରାବାଦ: କୋଲ୍ଡ ସ୍ପ୍ରିଙ୍ଗ ହାର୍ବର ଲାବୋରେଟୋରୀ (ସିଏସଏଚଏଲ) ର ବୈଜ୍ଞାନିକଙ୍କ ହାତରେ ଲାଗିଛି କୋରୋନା ସଂକ୍ରମଣକୁ ନେଇ ଏକ ନୂଆ ତଥ୍ୟ । ବିଭିନ୍ନ ପରୀକ୍ଷା ପରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି କି ଧୂମ୍ରପାନ ଦ୍ବାରା ଫୁସଫୁସରେ ପ୍ରସ୍ତୁତ ହେଉଥିବା ACE2 (ଆଞ୍ଜିଓଟେନସିନ-କନଭର୍ଟିଂ ଏନଜାଇମ 2) କୋରୋନା ଭୂତାଣୁର ଏକ ମୁଖ୍ୟ ବାହକ ସାଜିପାରେ । ତେଣୁ ଧୂମ୍ରପାନ କରୁଥିବା ଲୋକେ କୋରୋନାରୁ ବଞ୍ଚିବାକୁ ହେଲେ ଧୂମ୍ରପାନ ବଜ୍ରନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ଦେଇଛନ୍ତି ।

ଡେଭେଲପମେଣ୍ଟ ସେଲ ନାମକ ଜର୍ଣ୍ଣାଲରେ ଏନେଇ ପ୍ରକାଶିତ ତଥ୍ୟ ମୁତାବକ ଯେଉଁମାନେ ଧୂମ୍ରପାନ କରୁଛନ୍ତି ସେମାନେ କୋରୋନାରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ସେପଟେ ଯେଉଁମାନେ ଧୂମ୍ରପାନ କରନ୍ତି ନାହିଁ କିମ୍ବା ବର୍ଜନ କରିଛନ୍ତି ସେମାନଙ୍କ ପାଖରେ ସଂକ୍ରମଣର ସମ୍ଭାବନା ଖୁବ କମ୍‌ । ବୈଜ୍ଞାନିକ ଓ ଗବେଷକମାନେ ଏନଇ ବିଭିନ୍ନ ଦିଗ ଉପରେ ପରୀକ୍ଷା କରିଥିଲେ । ମଣିଷ ଦେହରେ SARS-CoV-2 ଭୂତାଣୁ କିପରି ପ୍ରଭାବ ପକାଏ, ତାହା ଅନୁଧ୍ୟାନ କରିଥିଲା ଏହି ଟିମ ।

ଅନୁଧ୍ୟାନରୁ ଦେଖାଯାଇଥିଲା କି ସଂକ୍ରମଣର ବିଭିନ୍ନ ସୋପାନ ଓ ପ୍ରକାରଭେଦ ରହିଛି । କେତେ ଜଣ ଆକ୍ରାନ୍ତ ସଂକ୍ରମିତ ହେବା ପରେ ଜ୍ବରରେ ପୀଡିତ ହୋଇଥିବା ବେଳେ କେତେକ ଆକ୍ରାନ୍ତଙ୍କ ପାଖରେ ଏପରି କୌଣସି ଲକ୍ଷଣ ଦେଖା ଦେଇନଥିଲା । ଯେଉଁମାନଙ୍କ ଅବସ୍ଥା ସାଙ୍ଘାତିକ ରହିଥିଲା ସେମାନଙ୍କୁ ଅଧିକ ଚିକିତ୍ସା ଓ ଯତ୍ନର ଆବଶ୍ୟକତା ରହିବା ସହ ସାମାନ୍ୟ ଅସୁସ୍ଥଙ୍କୁ ସାଧାରଣ ଚିକିତ୍ସା ଦରକାର ହେଉଥିବା ଦେଖାଯାଇଥିଲା ।

ନିଜ ଅଧ୍ୟୟନ ପାଇଁ ସିଏସଏଚଏଲ ସଦସ୍ୟ ଜେସନ ସେଲ୍ଟଜର ଓ ଗୁଗୁଲ ଟିମର ଇଞ୍ଜିନିୟର ଜୋଆନ ସ୍ମିଥ ମିଳିତ ଭାବେ ପୂର୍ବରୁ ପ୍ରକାଶିତ ତଥ୍ୟ ସବୁକୁ ପ୍ରଥମେ ଏକାଠି କରିଥିଲେ । ଏହାର ଲକ୍ଷ୍ୟ ଥିଲା କୋରୋନା ସଂକ୍ରମଣ ପାଇଁ ମଣିଷ ଶରୀରରେ ପ୍ରସ୍ତୁତ ପ୍ରୋଟିନ ଉପରେ ନିର୍ଭର କରୁଥିବା ବେଳେ ଆକ୍ରାନ୍ତଙ୍କ ଦେହରେ ଏହାର ଲକ୍ଷଣ ପରଖିବା । ତେବେ ଏକତ୍ରିତ ତଥ୍ୟରୁ ଉଭୟେ ଫୁସଫୁସରେ ଜିନ ଆକ୍ଟିଭିଟିକୁ ବିଭିନ୍ନ ବର୍ଗରେ ଯାଞ୍ଚ କରିଥିଲେ । ସେ ହେଉଛି ବୟସ, ଲିଙ୍ଗ ଓ ଧୂମ୍ରପାନ କରୁଥିବା ଓ ନକରୁଥିବା ବ୍ୟକ୍ତିଙ୍କ ଦେହରେ ଏହାର ଅନୁଧ୍ୟାନ।

ଏଥିରୁ ଜଣା ପଡିଥିଲା କି ଗବେଷଣା ପାଇଁ ବ୍ୟବହୃତ ମୂଷାକୁ ଧୂଆଁଯୁକ୍ତ କୋଠରୀରେ ରଖିବା ପରେ ଏଥିରେ ACE2ର ମାତ୍ରା ଓ ଜଣେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଦେହରେ ACE2ର ମାତ୍ରା ସମାନ ରହିଥିଲା । ଅନ୍ୟପଟେ ଧୂମ୍ରପାନ କରୁନଥିବା ବା ବର୍ଜନ କରିଥିବା ବ୍ୟକ୍ତିଙ୍କ ଦେହରେ ACE2ର ମାତ୍ରା ସାଧାରଣ ଲୋକଙ୍କ ପରି ସାମାନ୍ୟ ରହିଥିଲା । ତେବେ ବୟସ ଓ ଲିଙ୍ଗକୁ ନେଇ ସେପରି କୌଣସି ବିଶେଷ ଉପଲବ୍ଧି ମିଳିପାରିନାହିଁ ।

ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି କି ଧୂମ୍ରପାନ କରୁଥିବା ଲୋକେ ବର୍ତ୍ତମାନ କୋରୋନାରେ ଅତି ସହଜରେ ସଂକ୍ରମିତ ହୋଇପାରିବେ । ଆଉ ଏଥିରୁ ବଞ୍ଚିବାକୁ ହେଲେ ଧୂମ୍ରପାନ ବର୍ଜନ ହିଁ ବୁଦ୍ଧିମତା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details