ଓଡିଶା

odisha

ETV Bharat / bharat

ଭଏସ ରେକର୍ଡିଂରୁ ଫୁସଫୁସ ସଂକ୍ରମଣ ଚିହ୍ନଟ କରିବ ସ୍ମାର୍ଟଫୋନ୍ ଆପ୍ - ଭଏସ ରେକର୍ଡିଂ ଦ୍ବାରା ଫୁସଫୁସରେ ସଂକ୍ରମଣ

ଫୁସଫୁସ ସଂକ୍ରମଣର ଖବର ଏବେ ସ୍ମାର୍ଟଫୋନ୍ ଆପ୍ ପ୍ରଦାନ କରିବ । ମୋବାଇଲରେ ଥିବା ଭଏସ ରେକର୍ଡିଂ ଦ୍ବାର ଏହା ସଂକ୍ରମିତ ବ୍ୟକ୍ତିଙ୍କୁ ଆଗୁଆ ସୂଚନା ପ୍ରଦାନ କରିବ । ଅଧିକ ପଢନ୍ତୁ....

ଭଏସ ରେକର୍ଡିଂ ଦ୍ବାରା ଫୁସଫୁସରେ ସଂକ୍ରମଣ ଚିହ୍ନଟ କରିବ ସ୍ମାର୍ଟଫୋନ୍ ଆପ୍
ଭଏସ ରେକର୍ଡିଂ ଦ୍ବାରା ଫୁସଫୁସରେ ସଂକ୍ରମଣ ଚିହ୍ନଟ କରିବ ସ୍ମାର୍ଟଫୋନ୍ ଆପ୍

By

Published : Jun 24, 2020, 10:11 AM IST

ପ୍ୟାରିସ: ଫୁସଫୁସ ସଂକ୍ରମଣର ଖବର ଏବେ ସ୍ମାର୍ଟଫୋନ୍ ଆପ୍ ପ୍ରଦାନ କରିବ । ମୋବାଇଲରେ ଥିବା ଭଏସ ରେକର୍ଡିଂ ଦ୍ବାର ଏହା ସଂକ୍ରମିତ ବ୍ୟକ୍ତିଙ୍କୁ ଆଗୁଆ ସୂଚନା ପ୍ରଦାନ କରିବ । ପ୍ରଥମେ ଚିହ୍ନଟ କରିବା ପରେ ଏହା ଅତ୍ୟଧିକ ଖରାପ ହେବା ଆଗରୁ ସତର୍କ ସୂଚନା ଦେବ ଆପ୍ । ଏନେଇ ୟୁରୋପିଆନ ସୋସାଇଟି ଅଫ୍ କାର୍ଡିଓଲୋଜିର ଏଚଏଫଏ ଡିସ୍କୋଭେରୀ ପକ୍ଷରୁ ପ୍ରକାଶ କରାଯାଇଛି ।

ହାର୍ଟ ଖରାପ ହୋଇଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ହେବ ବୋଲି ଖବର ରହିଛି । କାରଣ ହାର୍ଟ ଖରାପ ହେବା ଆଗରୁ ଫୁସଫୁସରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଥାଏ ଅଥବା ଠିକ ଭାବେ ହୋଇନଥାଏ । ଏହାପରେ ହାର୍ଟ କାର୍ଯ୍ୟକ୍ଷମ କରିନଥାଏ । ତେବେ ଫୁସଫୁସ କାମ ନକରିବା ହେବା ମାତ୍ରେ ଏହା ଅଧିକ ଖରାପ ହେବା ଆଗରୁ ରିମାଇଣ୍ଡର ପଠାଇବ ଏହି ଆପ୍ । ଏହା ଉକ୍ତ ବ୍ୟକ୍ତିର ମୋବାଇଲରୁ ଭଏସ ରେକର୍ଡକୁ ଅନୁଧ୍ୟାନ କରି ତାର ଫୁସଫୁସ ସମ୍ପର୍କରେ ସୂଚନା ଦେଇଥାଏ । 40 ଜଣ ହାର୍ଟ ଫେଲ ଏବଂ ଫୁସଫୁସ କାର୍ଯ୍ୟକ୍ଷମ କରୁନଥିବା ରୋଗୀଙ୍କୁ ନେଇ ଏକ ଟ୍ରାଏଲ୍ସ ହୋଇଥିଲା । ଯାହାପରେ ଏହି ଫଳାଫଳ ପାଇଥିଲେ ବୈଜ୍ଞାନିକ ।

ତେବେ ଆପ୍ ଦ୍ବାରା ମୋବାଇଲରେ ଥିବା ସମସ୍ତ ଭାଷାର ରେକର୍ଡିଂକୁ ବୁଝାଯାଇପାରିବ । ଏନେଇ କୌଣସି ଭାଷାର ବାଧା ନାହିଁ ବୋଲି ଇସ୍ରାଏଲ ଜେରୁଜେଲମର ହାର୍ଟ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ଓଫର ଅମୀର କହିଛନ୍ତି । ଗୋଟିଏ ଦିନର କେବଳ 30 ସେକେଣ୍ଡ ଭଏସ ରେକର୍ଡିଂ ଦ୍ବାରା ଏହା ସମ୍ଭବ ହୋଇପାରିବ । ଯେଉଁମାନେ ଘରେ ଅଛନ୍ତି ସେମାନଙ୍କ ପାଇଁ ଏହା ଉପକାର ହୋଇପାରିବ । କାରଣ ହସ୍ପିଟାଲରେ ସେହିମାନେ ଭର୍ତ୍ତି ହୁଅନ୍ତି ଯେଉଁମାନେ ଏହି ରୋଗ ସମ୍ପର୍କରେ ଜାଣନ୍ତି । ହେଲେ ଘରେ ବହୁତ ଆଗରୁ ଆମ ହାର୍ଟ ଖରାପ ହୋଇଯାଇଥାଏ ଯାହା ଆମେ ଜାଣିପାରୁନାହିଁ । ସେତେବେଳକୁ ଆମ ଫୁସଫୁସ ଖରାପ ହୋଇଯାଇଥାଏ । ସେଥିପାଇଁ ଘରେ ଏହି ଆପ୍ ଦ୍ବାରା ଲୋକମାନେ ନିଜ ଫୁସଫୁସ ଖରାପ ହେବା ମାତ୍ରା ସୂଚନା ପାଇପାରିବେ ବୋଲି ଅମୀର କହିଛନ୍ତି ।

ସମସ୍ତ ପ୍ରକାର ସ୍ମାର୍ଟଫୋନରେ ଏହି ଆପ୍ ଡାଉନଲୋଡ୍ କରିହେବ ଏବଂ ଭଏସ ରେକର୍ଡ କରି ଏଥିରେ ପଠାଇହେବ । କୌଣସି ଏକ ଭଏସ ରେକର୍ଡ କରି ଫୋନରେ ସେଭ କରିବା ପରେ ସାଙ୍ଗେ ସାଙ୍ଗେ ଏହା ସମ୍ପର୍କରେ ଖବର ମିଳିଯିବ । ବର୍ତ୍ତମାନ ମହାମାରୀ ସମୟରେ ଅଧିକ ଲୋକ ହାର୍ଟ ଆକ୍ରମଣର ଶିକାର ହେଉଛନ୍ତି । ଯେଉଁମାନଙ୍କର ପୂର୍ବରୁ ଏହି ରୋଗ ଅଛି ସେମାନେ କୋଭିଡ ଦ୍ବାରା ଅଧିକ ଶିଘ୍ର ଆକ୍ରାନ୍ତ ହେବାର ମଧ୍ୟ ଆଶଙ୍କା ରହିଛି । ସେଥିପାଇଁ ଡାକ୍ତରମାନେ ଏହି ଆପ୍ ଦ୍ବାରା ଶିଘ୍ର ନିଜ ଫୁସଫୁସ ସ୍ଥିତି ଜାଣିନେବା ସହ ଏହାକୁ ସୁଧାରିବାର ଉପାୟ ଖୋଜି ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପ୍ରଥମ ଫୁସଫୁସ ଦୁର୍ବଳ ହେଲେ ହିଁ ହାର୍ଟ ଉପରେ ପ୍ରଭାବ ପଡିଥାଏ । ତେଣୁ ଫୁସଫୁସ ସମ୍ପର୍କରେ ଆଗୁଆ ସୂଚନା ଜାଣିଗଲେ ହାର୍ଟ ସୁଧୁରିଯିବାର ଅନେକ ସମ୍ଭାବନା ରହିଛି ବୋଲି ରିସର୍ଚ୍ଚରମାନେ କହିଛନ୍ତି ।

ABOUT THE AUTHOR

...view details