ଓଡିଶା

odisha

ETV Bharat / bharat

ଲକଡାଉନରେ ଶୋଇବା ସମସ୍ୟା, ଗୁଗଲ ସର୍ଚ୍ଚର ଟପରେ ଏହି ପ୍ରଶ୍ନ

ଲକଡାଉନ୍ ଯୋଗୁଁ, ଘରୁ କାମ କରୁଥିବା ଲୋକଙ୍କ ନିତ୍ୟକର୍ମ ଯଥେଷ୍ଟ ବଦଳି ଯାଇଛି । ଘରୁ କାମ କରିବାର ନୂତନ ଅଭିଜ୍ଞତା, କାର୍ଯ୍ୟର ଉଚ୍ଚ ଚାପ, ଖାଇବା ସମୟର ପରିବର୍ତ୍ତନ, ଦୀର୍ଘ କାର୍ଯ୍ୟ ସମୟ ଏବଂ କୌଣସି ଶାରୀରିକ କାର୍ଯ୍ୟକଳାପ ରହୁନଥିବାରୁ ଏହା ନିଦ ଉପରେ ଗଭୀର ପ୍ରଭାବ ପକାଉଛି। ଲକଡାଉନ୍ ରେ, ଶୋଇବା ସମସ୍ୟା ବୃଦ୍ଧି ପାଉଥିବାରୁ, ଏହି ସମୟ ମଧ୍ୟରେ ଗୁଗଲରେ ଶୋଇବା ସମ୍ବନ୍ଧୀୟ ପ୍ରଶ୍ନଗୁଡିକ ଅଧିକ ଖୋଜାଯାଉଛି।

By

Published : Jun 19, 2020, 12:27 PM IST

ଲକଡାଉନରେ ଶୋଇବା ସମସ୍ୟା, ଗୁଗଲ ସର୍ଚ୍ଚର ଟପରେ ଏହି ପ୍ରଶ୍ନ
ଲକଡାଉନରେ ଶୋଇବା ସମସ୍ୟା, ଗୁଗଲ ସର୍ଚ୍ଚର ଟପରେ ଏହି ପ୍ରଶ୍ନ

ଲକଡାଉନ ଆମ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି। ଖାଇବା,ଶୋଇବା ଓ ଦୈନନ୍ଦିନ କାର୍ଯ୍ୟ ପ୍ରଣାଳୀ ସବୁ କିଛି ବଦଳି ଯାଇଛି। ତେବେ ଲକଡାଇନରେ ସବୁଠୁ ବେଶି ପ୍ରଭାବିତ ହେଉଛି ଶୋଇବା। ଶରୀର ପାଇଁ ଖାଦ୍ୟ ଏବଂ ଜଳ ଯେପରି ଆବଶ୍ୟକ, ସେହିଭଳି ଶରୀର ପାଇଁ ଶୋଇବା ମଧ୍ୟ ଆବଶ୍ୟକ । ସବୁକିଛି ଏକ ସୀମା ମଧ୍ୟରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଅଧିକ ଶୋଇବା ଓ କମ ଶୋଇବା ମଧ୍ୟ ଦେହ ପାଇଁ କ୍ଷତିକାରକ।

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସମୟରେ ଲୋକମାନେ ଅତ୍ୟଧିକ ଶୋଇବା ଆରମ୍ଭ କରି ଦେଇଛନ୍ତି କିମ୍ବା ବହୁତ କମ୍ ଶୋଉଛନ୍ତି, ଯେଉଁ କାରଣରୁ ଶୋଇବା ରୁଟିନ୍ ଖରାପ ହୋଇଯାଇଛି । ଯାହା ଅନେକ ପ୍ରକାରର ସମସ୍ୟା ହୋଇପାରେ ।

ଲକ୍ଡାଉନ୍ ଯୋଗୁଁ, ଘରୁ କାମ କରୁଥିବା ଲୋକଙ୍କ ନିତ୍ୟକର୍ମ ଯଥେଷ୍ଟ ବଦଳି ଯାଇଛି । ଘରୁ କାମ କରିବାର ନୂତନ ଅଭିଜ୍ଞତା, କାର୍ଯ୍ୟର ଉଚ୍ଚ ଚାପ, ଖାଇବା ସମୟର ପରିବର୍ତ୍ତନ, ଦୀର୍ଘ କାର୍ଯ୍ୟ ସମୟ ଏବଂ କୌଣସି ଶାରୀରିକ କାର୍ଯ୍ୟକଳାପ ରହୁନଥିବାରୁ ଏହା ନିଦ ଉପରେ ଗଭୀର ପ୍ରଭାବ ପକାଉଛି।

ନିତ୍ୟକର୍ମରେ ହଠାତ୍ ପରିବର୍ତ୍ତନ ଜେଟ୍ ଲେଗ୍ ସମସ୍ୟା ସୃଷ୍ଟି କରିପାରେ । ଜେଟ୍ ଲେଗ୍ ଏକ ନିଦ ସମ୍ବନ୍ଧୀୟ ସମସ୍ୟା । ଅନେକ ବିଶେଷଜ୍ଞଙ୍କ ଅନୁଯାୟୀ, ଲକଡାଉନ ଥିବା ଲୋକଙ୍କ ଶୋଇବା ସମୟରେ ଅନେକ ପରିବର୍ତ୍ତନ ଆସିଛି, ଯେଉଁ କାରଣରୁ ଲୋକମାନେ ଜେଟ୍ ଲେଗ୍ ସମସ୍ୟା ଭୋଗୁଛନ୍ତି ।

ଜେଟ ଲେଗ ହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ, ଯଥା... ଅନିଦ୍ରା, ଭୋକ ନହେବା, ମୁଣ୍ଡବିନ୍ଧା,ଏକାଗ୍ରତା ହ୍ରାସ, ମୁଣ୍ଡ ବୁଲାଇବା, ପ୍ୟାନିକ୍ ଲାଗିବା ଇତ୍ୟାଦି। ଜେଟ ଲେଗ ଦ୍ବାରା ଶୋଇବା ସମୟରେ ଯଥେଷ୍ଟ ପରିବର୍ତ୍ତନ ଆସେ। ଏହି ଅଧ୍ୟୟନରେ ଜଡିତ 85% ଲୋକ ବିଶ୍ବାସ କରନ୍ତି ଯେ ସେମାନଙ୍କର ଶୋଇବା ସମୟ ବହୁତ ବଦଳିଛି । ଅନେକେ ବିଶ୍ୱାସ କରନ୍ତି ଯେ ସେ ନିଦ୍ରାହୀନତା ସମସ୍ୟା ସହ ସଂଘର୍ଷ କରୁଛନ୍ତି।

ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଭଲ ନିଦ ପାଉଛନ୍ତି। ଲକଡାଉନ୍ ରେ, ଶୋଇବା ସମସ୍ୟା ବୃଦ୍ଧି ପାଉଥିବାରୁ, ଏହି ସମୟ ମଧ୍ୟରେ ଗୁଗଲରେ ଶୋଇବା ସମ୍ବନ୍ଧୀୟ ପ୍ରଶ୍ନଗୁଡିକ ଅଧିକ ଖୋଜାଯାଉଛି।

ଠିକ୍ ସମୟରେ ଶୋଇବା କିମ୍ବା ନିଦ୍ରା ଅଭାବ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ମାନସିକ ଚାପରୁ ଦୂରେଇ ରହିବାକୁ ହେଲେ ଏକ ନିତ୍ୟକର୍ମ କରିବା ଆବଶ୍ୟକ ।ଅତ୍ୟଧିକ ନିଦ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।

ABOUT THE AUTHOR

...view details