ଓଡିଶା

odisha

ETV Bharat / bharat

ଦକ୍ଷିଣ କୋରିଆରେ ପୁଣି ମୁନ୍ ଜେ-ଇନ୍ ଶାସନ - ଦକ୍ଷିଣ କୋରିଆ ନିର୍ବାଚନ

ରାଷ୍ଟ୍ରପତି ମୁନ୍ ଜେ-ଇନ୍ ଙ୍କ ଶାସକ ଡେମୋକ୍ରାଟିକ୍ ପାର୍ଟି ଚଳିତ ନିର୍ବାଚନରେ ବିଜୟ ହାସଲ କରିଛି। ଜାତୀୟ ନିର୍ବାଚନ ଆୟୋଗର ପ୍ରାଥମିକ ଫଳାଫଳରୁ ଜଣାପଡିଛି ଡେମୋକ୍ରାଟିକ୍ ପାର୍ଟି 163 ଆସନରେ ବିଜୟ ଲାଭ କରିଛି । ଅଧିକ ପଢନ୍ତୁ..

skorean-ruling
skorean-ruling

By

Published : Apr 16, 2020, 12:43 PM IST

ସିଓଲ: COVID-19 ମହାମାରୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଦକ୍ଷିଣ କୋରିଆରେ ସଂସଦ ନିର୍ବାଚନ । ରାଷ୍ଟ୍ରପତି ମୁନ୍ ଜେ-ଇନ୍ ଙ୍କ ଶାସକ ଡେମୋକ୍ରାଟିକ୍ ପାର୍ଟି ଏହି ନିର୍ବାଚନରେ ବିଜୟ ହାସଲ କରିଛି। ଜାତୀୟ ନିର୍ବାଚନ ଆୟୋଗର ପ୍ରାଥମିକ ଫଳାଫଳରୁ ଜଣାପଡିଛି ଯେ ଡେମୋକ୍ରାଟିକ୍ ପାର୍ଟି 163 ଆସନ ପାଇଥିବାବେଳେ, ପ୍ରତିଦ୍ବନ୍ଦୀ ପ୍ଲାଟଫର୍ମ ପାର୍ଟି 17 ଟି ଆସନ ପାଇବାରେ ସକ୍ଷମ ହୋଇଛନ୍ତି ।

ଜାତୀୟ ବିଧାନସଭାର 300 ସଦସ୍ୟଙ୍କ ପାଇଁ ଚତୁର୍ଦ୍ଦଶ ନିର୍ବାଚନ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । 253ଟି ଆସନ ଏବଂ 47 ଟି PR ସ୍ଲଟ୍ ପାଇଁ ପଡ଼ିଥିଲା ଭୋଟ ।

ଗତ ସାମରିକ ଏକଛତ୍ରବାଦୀ ଶାସନକୁ ସମାପ୍ତ କରିବା ଏବଂ ଗଣତାନ୍ତ୍ରିକ ନିର୍ବାଚନ ଗ୍ରହଣ କରିବା ପାଇଁ 1987 ରେ ସମ୍ବିଧାନରେ ସଂଶୋଧନ ହେବା ପରେ ଏହା ପ୍ରଥମ ଥର ପାଇଁ ଚିହ୍ନିତ ହୋଇଥିଲା । ତିନି-ପଞ୍ଚମାଂଶ ଆସନରେ ବିଜୟ ଲାଭ କରିବାରେ ଦେଶରେ ପ୍ରଥମ ରାଜନୈତିକ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details