ଓଡିଶା

odisha

ETV Bharat / bharat

ଘାଟିରେ ଦକ୍ଷତା ବିକାଶ ପ୍ରଶିକ୍ଷଣ, ସ୍ବାବଲମ୍ବୀ ହେଉଛନ୍ତି ଯୁବକ ଯୁବତୀ - ଜମ୍ମୁ ଓ କାଶ୍ମୀରର ବ୍ୟାଙ୍କ

ଜମ୍ମୁ କାଶ୍ମୀରରେ ସରକାରୀ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ । ବେକାର ଯୁବକ ଯୁବତୀ ମାନଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦିଆଯାଉଛି । ସେମାନଙ୍କୁ କମ ସୁଧ ହାରରେ ଋଣ ପ୍ରଦାନ କରାଯାଇ ସ୍ବାବଲମ୍ବୀ କରାଯାଉଛି ।

ଫଟୋ ସୌଜନ୍ୟ : ଏଏନଆଇ

By

Published : Nov 16, 2019, 7:07 PM IST

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରରେ ସରକାରୀ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ । ଜମ୍ମୁ କାଶ୍ମୀରର ପୁଞ୍ଚ ଅଞ୍ଚଳର ବେକାର ଯୁବକ ଯୁବତୀ ମାନଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦିଆଯାଉଛି । ଏହା ସହିତ କମ ସୁଧ ହାରରେ ଋଣ ପ୍ରଦାନ କରାଯାଇ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ଯୋଜନା ଜମ୍ମୁ କାଶ୍ମୀର ବ୍ୟାଙ୍କ ଗ୍ରାମୀଣ ସ୍ବରୋଜଗାର ପ୍ରଶିକ୍ଷଣ ଆନୁଷ୍ଠାନ ମାଧ୍ୟମରେ ଦିଆଯାଉଛି । ଏହି ପ୍ରଶିକ୍ଷଣ ଦ୍ବାରା ଚାକିରୀ ସମସ୍ୟା ଦୂର ହେବା ସହ ନିଜ ମଧ୍ୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଯୋଗାଉଛି । ଉଭୟ ପୁରଷ ଓ ମହିଳା ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବିକାଶ କରିପାରୁଛନ୍ତି । ଜମ୍ମୁ କାଶ୍ମୀର ବ୍ୟାଙ୍କ ଦ୍ବାରା 2011 ରୁ 110 ବ୍ୟାଚ ବେକାର ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସରିଛି । ଯେଉଁମାନେ ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଇଛନ୍ତି ସେମାନଙ୍କୁ ବ୍ୟାଙ୍କ ଦ୍ବାରା ଋଣ ପ୍ରଦାନ କରି ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ପାଇଁ ସୁଯୋଗ ଦିଆଯାଉଛି ।

ପ୍ରଶିକ୍ଷଣ ଆନୁଷ୍ଠାନ ତରଫରୁ ବେକାର ଯୁବକ ଯୁବତୀ ମାନଙ୍କୁ ଟେଲରିଂ, ବିୟୁଟି ପାର୍ଲର, ପ୍ଲମ୍ବିଂ କାର୍ଯ୍ୟ, ଡାଏରୀ ଫାର୍ମ ପାଇଁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷତା ବିକାଶ କରାଯାଉଛି । ଏହି ପ୍ରଶିକ୍ଷଣ ସମୟ 10 ରୁ 15 ଦିନ ମଧ୍ୟରେ ଶେଷ ହେଉଛି । ସରକାର ଜମ୍ମୁ କାଶ୍ମୀରର ଲୋକ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଯୋଗାଇ ଦିଆଯାଉଥିବା ପ୍ରଶିକ୍ଷଣକୁ ବହୁତ ପ୍ରଶଂସା କରିଛନ୍ତି । ପ୍ରଶିକ୍ଷଣ ସମୟରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଖାଇବା, ରହିବ ଏବଂ ବସ ଭଡା ପ୍ରଦାନ କରାଯାଉଛି ।

ଜଣେ ପ୍ରଶିକ୍ଷାର୍ଥୀ କହିଛନ୍ତି ଆମେ ମୁଦ୍ରା ଯୋଜନା ମାଧ୍ୟମରେ ସହଜରେ ଋଣ ପାଇପାରୁଛୁ । ମୁଁ 7 ଲକ୍ଷ ଟଙ୍କା ଋଣ ନେଇ ନିଜ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରି 3 ରୁ 4 ଜଣ କର୍ମଚାରୀଙ୍କୁ ରଖିଛି । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ପ୍ରଶଂସା କରୁଛୁ ବୋଲି କହିଛନ୍ତି ।

ABOUT THE AUTHOR

...view details