ଓଡିଶା

odisha

ETV Bharat / bharat

ଲଦାଖ ସୀମା ବିବାଦରେ ଭାରତ ସମସ୍ତ ପଦକ୍ଷେପ ଗ୍ରହଣ କରିଛି: ରାଜନାଥ ସିଂ - ଲଦାଖ ସୀମା ବିବାଦ

ଗତ ଏକ ମାସ ଧରି ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସାମା ବିବାଦ ମଧ୍ୟରେ ପୂର୍ବ ଲଦାଖ ସୀମାକୁ ବହୁ ସଂଖ୍ୟାରେ ଚୀନ ସେନା ଆସିଛନ୍ତି ଏବଂ ଭାରତ ସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି ଯେ ଜୁନ୍ 6ରେ ଭାରତ ଏବଂ ଚୀନର ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ସହ ବୈଠକ ସ୍ଥିର ହୋଇଛି ।

india china problem
ଲଦାଖ ସୀମା ବିବାଦରେ ଭାରତ ସମସ୍ତ ପଦକ୍ଷେପ ଗ୍ରହଣ କରିଛି

By

Published : Jun 3, 2020, 5:39 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖକୁ ବହୁ ସଂଖ୍ୟାରେ ଚୀନ ସୈନିକ ଆସିଥିବା କହିଛନ୍ତି ରାଜନାଥ ସିଂ । ଗତ ଏକ ମାସ ଧରି ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସାମା ବିବାଦ ମଧ୍ୟରେ ପୂର୍ବ ଲଦାଖ ସୀମାକୁ ବହୁ ସଂଖ୍ୟାରେ ଚୀନ ସେନା ଆସିଛନ୍ତି ଏବଂ ଭାରତ ସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି ଯେ ଜୁନ୍ 6ରେ ଭାରତ ଏବଂ ଚୀନର ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ସହ ବୈଠକ ସ୍ଥିର ହୋଇଛି ।

ରାଜନାଥ ସିଂ ଆଶ୍ୱସନା ଦେଇଛନ୍ତି ଯେ, ଭାରତ ନିଜ ସ୍ଥିତିରୁ ଓହରିବ ନାହିଁ। ପୂର୍ବ ଲଦାଖକୁ ନେଇ ଚାଲିଥିବା ଚୀନ ଏ ଭାରତ ବିବାଦକୁ ନେଇ ସେ କହିଛନ୍ତି ଚୀନ ସେଠାରେ ପହଞ୍ଚିସାରିଛି । ଯାହାକୁ ସେ ନିଜ କ୍ଷେତ୍ର ବୋଲି ଦାବି କରୁଛି । ମାତ୍ର ଲଦାଖ ଭାରତର ବୋଲି ଦେଶ ଦାବି କରିଛି ।

ଖବର ଅନୁଯାୟୀ, ଏଲଏସିରେ ଭାରତ ପକ୍ଷରୁ ଗଲବାନ ଘାଟି ଏବଂ ପୈଗୈଙ୍ଗ ସୌ କ୍ଷେତ୍ରରେ ଚୀନ ସେନାମାନେ ବହୁ ସଂଖ୍ୟାରେ ଡେରା ଦେଇ ରହୁଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଚୀନ ଏହି ପ୍ରସଙ୍ଗରେ ଗମ୍ଭୀର ଭାବରେ ଚିନ୍ତା କରିବା ଉଚିତ । ଯାହା ଦ୍ବାରା ଏହାର ଶୀଘ୍ର ସମାଧାନ ହୋଇପାରିବ।

ABOUT THE AUTHOR

...view details