ଓଡିଶା

odisha

By

Published : Aug 30, 2019, 12:20 PM IST

ETV Bharat / bharat

ଫଳାଫଳ ଶୂନ: ଜବାବ ରଖିବାକୁ 6 ଆଞ୍ଚଳିକ ଦଳକୁ ଇସିଙ୍କ ନୋଟିସ୍

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଉଭୟ ଜାତୀୟ ଏବଂ ଆଞ୍ଚଳିକ ଦଳଙ୍କ ମଧ୍ୟରୁ କେତେକଙ୍କୁ ବିପୁଳ ସଫଳତା ମିଳିଥିବା ବେଳେ, ଅନ୍ୟ କେତେକଙ୍କୁ ଲାଗିଛି ଜୋରଦାର ଝଟକା । 2019 ମହାସମରରେ ଉପଯୁକ୍ତ ପ୍ରଦର୍ଶନ କରି ପାରିନଥିବାରୁ କେତେକ ଦଳ ବର୍ତ୍ତମାନ ଭାରତୀୟ ନିର୍ବାଚନ ଆୟୋଗଙ୍କ(ଇସିଆଇ) ସ୍କାନରରେ ଅଛନ୍ତି । ସେହିପରି ଅନ୍ୟ କେତେକଙ୍କ ଜାତୀୟ ମାନ୍ୟତାକୁ ନେଇ ଉଠିଛି ପ୍ରଶ୍ନ ।

ଫୋଟ ସୌଜନ୍ୟ: ANI

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିଲା ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ସାଧାରଣ ନିର୍ବାଚନ । ଏହି ରାଜନୈତିକ ମହାସମରରେ ଅଂଶଗ୍ରହଣ କରିଥିଲେ ଅନେକ ରାଜନୈତିକ ଦଳ । ଯାହା ମଧ୍ୟରେ ଥିଲେ ଉଭୟ ଜାତୀୟ ଏବଂ ଆଞ୍ଚଳିକ ମାନ୍ୟତାପ୍ରାପ୍ତ ଦଳ । ନିର୍ବାଚନୀ ଫଳାଫଳ ଆସିବା ପରେ କେତେକଙ୍କୁ ବିପୁଳ ସଫଳତା ମିଳିଥିବା ବେଳେ, ଅନ୍ୟ କେତେକ ଦଳକୁ ଲାଗିଥିଲା ଜୋରଦାର ଝଟକା ।

ତେବେ ନିର୍ବାଚନରେ ଉପଯୁକ୍ତ ଫଳାଫଳ ପ୍ରଦର୍ଶନ କରି ପାରିନଥିବା କେତେକ ଦଳ ଏବେ ଭାରତୀୟ ନିର୍ବାଚନ ଆୟୋଗଙ୍କ(ଇସିଆଇ) ସ୍କାନର ମଧ୍ୟରେ ଅଛନ୍ତି । ଏହି ଦଳ ହେଉଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(RLD), ପତାଲି ମକ୍କାଲ କଚି (PMK), ରିପ୍ଲବିକ ସୋସିଆଲିଷ୍ଟ ପାର୍ଟି (RSP), ତେଲେଙ୍ଗାନା ରାଷ୍ଟ୍ର ସମିତି (TRS), ଲୋକ ଗଣତାନ୍ତ୍ରିକ ମେଣ୍ଟ (PDA) ଏବଂ ମିଜୋରାମ ପିପୁଲ୍ସ କନଫେରେନ୍ସ (MPC) ।

ଉପରୋକ୍ତ ଆଞ୍ଚଳିକ ଦଳ 2019 ନିର୍ବାଚନରେ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ । ହେଲେ ସେମାନଙ୍କର ମାନ୍ୟତା କାହିଁକି ରଦ୍ଦ କରାଯାଇ ପାରିବ ନାହିଁ ସେନେଇ ମତାମତ ରଖିଛନ୍ତି ଇସିଆଇ । ଏନେଇ କୁହାଯାଇଛି ଯେ, 1968 ନିର୍ବାଚନୀ ଚିହ୍ନ (ସଂରକ୍ଷଣ ଓ ଆବଣ୍ଟନ) ଆଦେଶ ଅନୁସାରେ
ଯଦି କୌଣସି ଦଳ ନିର୍ବାଚନରେ 6% ସୀକୃତ ପ୍ରାପ୍ତ ଭୋଟ ସହ କୌଣସି ରାଜ୍ୟର ବିଧାନସଭା ନିର୍ବାଚନରେ ଦୁଇଟି ଆସନ ଗ୍ରହଣ କରେ, ତାହେଲେ ତାକୁ ଆଞ୍ଚଳିକ ଦଳ ଭାବେ ସ୍ବୀକୃତି ମିଳିଥାଏ । ଯଦି କୌଣସି ଦଳ ନିର୍ବାଚନ ଆୟୋଗଙ୍କ ଏପରି ମାନଦଣ୍ଡକୁ ପୂରଣ କରିବାରେ ସକ୍ଷମ ହୁଏ ନାହିଁ, ତେବେ ସେହି ଦଳ ନିଜର ମାନ୍ୟତା ହରାଇବ ।

ଚଳିତ ଥରର ନିର୍ବାଚନରେ ଉପରୋକ୍ତ 6ଟି ଆଞ୍ଚଳିକ ଦଳର ପ୍ରଦର୍ଶନ ଇସିଆଇ ମାନଦଣ୍ଡ ପୂରଣ କରୁନଥିବାରୁ, ଏ ବାବଦରେ ସ୍ପଷ୍ଟୀକରଣ ଦେବାକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ଅନ୍ୟପଟେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(NCP), ତୃଣମୂଳ କଂଗ୍ରେସ (TMC) ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(CPI) ଜାତୀୟ ଦଳ ଭାବେ ନିର୍ବାଚନରେ ଆବଶ୍ୟକୀୟ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ସେମାନଙ୍କୁ ନୋଟିସ ଜାରି କରିଛନ୍ତି ଇସିଆଇ ।

ABOUT THE AUTHOR

...view details