ଓଡିଶା

odisha

ETV Bharat / bharat

ହରିୟାଣା ଅପରାଧ ଗ୍ରାଫ 6 ପ୍ରତିଶତ କମିଛି: ଗୃହମନ୍ତ୍ରୀ ଅନିଲ ବିଜ - ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ

ପୋଲିସ ଅଧିକାରୀଙ୍କ ସହ ବୈଠକ କରିବା ପରେ ହରିୟାଣାରେ 6 ପ୍ରତିଶତ ଅପରାଧ କମିଛି ବୋଲି ଗୃହମନ୍ତ୍ରୀ ଅନିଲ ବିଜ ସୂଚନା ଦେଇଛନ୍ତି । କୋରୋନା ସମୟରେ ମାନବ ସେବା କରିବା ସହିତ ଅପରାଧ ଉପରେ ପୋଲିସ ଅଙ୍କୁଶ ଲଗାଇଥିବାରୁ ସେ ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ..

ହରିୟାଣା ଅପରାଧ ଗ୍ରାଫ 6 ପ୍ରତିଶତ କମିଛି: ଗୃହମନ୍ତ୍ରୀ ଅନିଲ ବିଜ
ହରିୟାଣା ଅପରାଧ ଗ୍ରାଫ 6 ପ୍ରତିଶତ କମିଛି: ଗୃହମନ୍ତ୍ରୀ ଅନିଲ ବିଜ

By

Published : Oct 14, 2020, 9:55 AM IST

ଚଣ୍ଡିଗଡ: ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ହରିୟାଣାରେ 6 ପ୍ରତିଶତ ଅପରାଧ କମିଛି । ଏ ସଂପର୍କରେ ରାଜ୍ୟର ଗୃହମନ୍ତ୍ରୀ ଅନିଲ ବିଜ ପୋଲିସ ଅଧିକାରୀଙ୍କ ସହ ବୈଠକ ପରେ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ହରିୟାଣା ଅପରାଧ ଗ୍ରାଫ 6 ପ୍ରତିଶତ କମିଛି: ଗୃହମନ୍ତ୍ରୀ ଅନିଲ ବିଜ

ଗୃହମନ୍ତ୍ରୀଙ୍କ କହିବା ଅନୁସାରେ ଗତ ବର୍ଷ 2019 ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅପରାଧ ମାମଲା 6 ପ୍ରତିଶତ କମିଛି ବୋଲି ସେ ସୂଚନା ଦେଇଛନ୍ତି । 2019 ମସିହାର ପ୍ରଥମ 9 ମାସରେ 1,02831 ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ 96,672ଟି ମାମଲା ରୁଜୁ ହୋଇଛି । ରାଜ୍ୟରେ ହତ୍ୟା, ଡକାୟତି, ଲୁଟ୍, ମହିଳାଙ୍କୁ ଅସଦାଚରଣ ଆଦି ଅପରାଧ କମିଛି । ମହିଳାଙ୍କ ବିରୋଧରେ ହେଉଥିବା ଅଭିଯୋଗ 17 ପ୍ରତିଶତ କମିଥିବା ବେଳେ ବଳାତ୍କାର ମାମଲା 13.57 ପ୍ରତିଶତ, ଅପହରଣ ମାମଲା 20.73 ପ୍ରତିଶତ ଏବଂ ସଡକ ଦୁର୍ଘଟଣା ମଧ୍ୟ 20.23 ପ୍ରତିଶତ କମିଛି ।

ସେହିପରି ମହିଳାଙ୍କ ସମ୍ବନ୍ଧୀୟ ଅପରାଧିକ ଅଭିଯୋଗରେ ହରିୟାଣା ପୋଲିସକୁ 88 ପ୍ରତିଶତ ସଫଳତା ମିଳିଛି । ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମାସ ମଧ୍ୟରେ 182 ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କୁ ପୋଲିସ ଧରିଥିବାବେଳେ 2806 ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାରେ ସକ୍ଷମ ହୋଇପାରିଛି ।

ପୂର୍ବରୁ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁରଜେବାଲାଙ୍କ ମନ୍ତବ୍ୟ ଉଦ୍ଦେଶ୍ୟରେ ରାଜ୍ୟର ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି," ହରିୟାଣାରେ ଅପରାଧର ଗ୍ରାଫ ବଢୁଥିବାର କଂଗ୍ରେସ ପ୍ରବକ୍ତା ରଣଦୀପ ଅଭିଯୋଗ କରିଥାନ୍ତି , କିନ୍ତୁ ତାଙ୍କୁ ଏହା ବୁଝିବାର ଅଛି ଯେ ହରିୟାଣାରେ ଅପରାଧର ଗ୍ରାଫ କ୍ଷୀପ୍ର ଗତିରେ ବଢୁ ନାହିଁ ବରଂ କମୁଛି। "

କୋରୋନା ମହାମାରୀ ସମୟରେ ପୋଲିସର ଉତ୍ତମ କାର୍ଯ୍ୟକାରୀତାକୁ ଗୃହମନ୍ତ୍ରୀ ପ୍ରଶଂସା କରି କହିଛନ୍ତି," ପୋଲିସ କୋରୋନା ସମୟରେ ମାନବ ସେବା କରିବା ସହିତ ଅପରାଧ ଉପରେ ମଧ୍ୟ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛି । ଇତି ମଧ୍ୟରେ 2124 ପୋଲିସ କର୍ମଚାରୀ କୋରୋନାରେ ସଂକ୍ରମିତ ହେବା ସହିତ 6ଜଣଙ୍କର ମୃତ୍ୟୁ ଘଟିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details