ନୂଆଦିଲ୍ଲୀ: ସ୍ବଦେଶୀ ପ୍ରତିରକ୍ଷା ଉଦ୍ୟୋଗକୁ ପ୍ରୋତ୍ସାହ ଦେବା ସହ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ 6ଟି ନୂଆ ଏୟାରବୋର୍ଡ ଆର୍ଲି ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ପ୍ରସ୍ତୁତ କରୁଛି ଭାରତ । ଭାରତୀୟ ପ୍ରତିରକ୍ଷା ଏବଂ ବିକାଶ ଅନୁସଂଧାନ ପକ୍ଷରୁ ତିଆରି କରାଯାଉଛି ଏହି ଏୟାରକ୍ରାଫ୍ଟ । ଏହା ଦ୍ବାରା ଚୀନ ଓ ପାକିସ୍ତାନ ସହ ଲାଗିଥିବା ସୀମାରେ ଭାରତୀୟ ବାୟୁସେନାର ନିରୀକ୍ଷଣ କ୍ଷମତା ବୃଦ୍ଧି ହେବ ।
ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସରକାରୀ ସୂତ୍ରର ସୂଚନା ଅନୁଯାୟୀ AEW&C ବ୍ଲକ 2 ଏୟାରକ୍ରାଫ୍ଟକୁ 10 ହଜାର 500 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରିବ ଡିଆରଡିଓ । ଏୟାର ଇଣ୍ଡିଆ ଫ୍ଲିଟ ପକ୍ଷରୁ 6ଟି ଏୟାରକ୍ରାଫ୍ଟ କ୍ରୟ କରାଯିବ । ଏହା ଉପରେ ରାଡାର ସହିତ ନୂଆ ରୂପ ଦିଆଯିବ, ଯାହାଦ୍ବାରା ପ୍ରତିରକ୍ଷାବଳ ଏହା ଜରିଆରେ 360 ଡିଗ୍ରୀ ରଖିବ ନଜର ।