ଓଡିଶା

odisha

ETV Bharat / bharat

ମୁମ୍ବାଇରେ ଅଣାୟତ କୋରୋନା, ତାଜ୍ ଗ୍ରୁପର 6 କର୍ମଚାରୀ କୋଭିିଡ୍ ପିଜିଟିଭ୍ - କୋଭିଡ୍ 19

ଦକ୍ଷିଣ ମୁମ୍ବାଇର କୋଲାବାରେ ଥିବା ଆଇକନିକ୍ ତାଜମହଲ ପ୍ୟାଲେସ ଏବଂ ତାଜମହଲ ଟାୱାର ହୋଟେଲର ଅତି କମରେ 6 ଜଣ କର୍ମଚାରୀ କୋରୋନାଭାଇରସ ପଜିଟିଭ୍ ଚିହ୍ନଟ। ଅଧିକ ଖବର ପଢନ୍ତୁ..

ତାଜ ମହଲା କର୍ମଚାରୀଙ୍କ ସହ ତାଜ୍ ଗ୍ରୁପର 6 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ
tajmahal

By

Published : Apr 12, 2020, 8:57 AM IST

Updated : Apr 12, 2020, 9:56 AM IST

ନୂଆଦିଲ୍ଲୀ: ମୁମ୍ବାଇର ତାଜ ହୋଟେଲର କିଛି କର୍ମଚାରୀ ଓ କୋଲାବ ସ୍ଥିତ ତାଜମହଲ ପ୍ୟାଲେସର କିଛି ବ୍ୟକ୍ତି କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁମ୍ବାଇ ସରକାର।

ଖବର ଥାଉକି, ମୁମ୍ବାଇ ସ୍ଥିତ ଐତିହାସିକ ତାଜ ହୋଟେଲ ଏବଂ କୋଲାବ ସ୍ଥିତ ତାଜମହଲ ପ୍ୟାଲେସ ଉପର କୋରୋନାର କଳାବାଦଲ। ଏଥିରେ କାର୍ଯ୍ୟରତ 6 ଜଣ କର୍ମକର୍ତ୍ତାଙ୍କୁ କୋଭିଡ୍ 19 ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢିଯାଇଛି। କାରଣ ମୁମ୍ବାଇର ଏହି ବିଳାଶମୟ ହୋଟେଲରେ କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପ୍ୟାକିଂ ଫୁଡ୍ ଯୋଗାଇ ଦିଆଯାଉଛି।

ତେବେ ହୋଟେଲ କର୍ମଚାରୀଙ୍କୁ କୋରୋନା ପଜିଟିଭ୍ ଆସିବା ପରେ ଏଠି ପ୍ରଶ୍ନ ଉଠୁଛି ତାଜ ହୋଟେଲ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସିଲ କରାଯିବ କି ? କାରଣ ମହାରାଷ୍ଟ୍ର ସରକାରଙ୍କ କୋରୋନା ମୁକାବିଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏହି ହୋଟେଲ ଯଦି ସିଲ ହେବ ଏହା ପରେ ମହାରାଷ୍ଟ୍ର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ।

ତାଜ ହୋଟେଲ ଶୃଙ୍ଖଳା ପରିଚାଳନା କରୁଥିବା ଇଣ୍ଡିଆନ ହୋଟେଲ କମ୍ପାନୀ (ଆଇଏଚସି) ନିଶ୍ଚିତ କରିଛି ଯେ ଏହାର କିଛି କର୍ମଚାରୀ ସଂକ୍ରାମକ ଜୀବାଣୁ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି, କିନ୍ତୁ କେତେ ଜଣ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି ହେଲେ ନିର୍ଦ୍ଦିଷ୍ଟ ସଂଖ୍ୟା ଜଣାପଡିନାହିଁ। ବମ୍ବେ ହସ୍ପିଟାଲର ପରାମର୍ଶଦାତା ଡାକ୍ତର କହିଛନ୍ତି , " ଆକ୍ରାନ୍ତ 6 ଜଣ ତାଜ ହୋଟେଲ କର୍ମଚାରୀ ଚିକିତ୍ସିତ ହେଉଛନ୍ତି ଓ ସେମାନେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।

Last Updated : Apr 12, 2020, 9:56 AM IST

ABOUT THE AUTHOR

...view details