ବେଙ୍ଗାଲୁରୁ: ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ କର୍ଣ୍ଣାଟକର ଏକ ଦୁଖଦ ଖବର ସାମ୍ନାକୁ ଆସିଛି । କୋଲାର ଗୋଲ୍ଡ ଫିଲ୍ଡସ ନିକଟ ମରଦଘଟ୍ଟା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ 14 ବର୍ଷୀୟ 6 ଜଣ ପିଲାଙ୍କ ମୃତ୍ୟ ହୋଇଛି। ମୃତକଙ୍କ ମଧ୍ୟରେ 4 ଜଣ ନାବାଳିକା ଥିବା ବେଳେ 2 ଜଣ ନାବାଳକ ବୋଲି ଜଣାପଡିଛି।
ଗଣେଶ ମୂର୍ତ୍ତି ବିସର୍ଜନ ନେଲା 6 ଜୀବନ - କୋଲାର ଗୋଲ୍ଡ ଫିଲ୍ଡସ
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି 6 ଜଣ ପିଲା ମୃତ । ମୃତକଙ୍କ ମଧ୍ୟରେ 4 ଜଣ ନାବାଳିକା । ଘଟଣା ସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ ।
ପ୍ରତିକାତ୍ମକ ଫଟୋ
ମଙ୍ଗଳବାର ସରକାରୀ ଛୁଟି ଥିବା ବେଳେ ସବୁ ପିଲା ପରିବାରର ବିନା ସହମତିରେ ଗଣେଶ ବିସର୍ଜନ ପାଇଁ ଚାଲିଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ପିଲା ନଫେରିବାରୁ ଲୋକେ ଖୋଜାଖୋଜି କରିଥିଲେ । ପରେ ସେମାନଙ୍କ ମୃତଦେହକୁ ପାଣି ମିଳିଥିଲା । ସେତେବେଳକୁ ସବୁ ପିଲାଙ୍କ ମୃତ୍ୟୁ ହୋଇସାରିଥିଲା ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜ୍ଜୁ କରିଛି । ଅନ୍ୟପକ୍ଷରେ କର୍ଣ୍ଣାଟକ ସରକାର ମୃତ ପିଲାଙ୍କ ପରିବାରକୁ 6 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।