ଓଡିଶା

odisha

ETV Bharat / bharat

ଥରୁଛି ଉତ୍ତର ଭାରତ: ବୈଜ୍ଞାନିକ କହିଲେ କାହିଁକି ବଢୁଛି ଶୀତ - siviour cold wave in north india

ଭୂମଧ୍ୟ ସାଗରରେ ଉତ୍ପନ୍ନ ହୋଇଛି ଅସାଧାରଣ ଓ ଶକ୍ତିଶାଳୀ ବାୟୁ ଯାହାର ନାମ ରହିଛି  "ୱେଷ୍ଟର୍ଣ୍ଣ ଡିଷ୍ଟବାନ୍ସ" । ଏହି ଶକ୍ତିଶାଳୀ ବାୟୁ ଯୋଗୁଁ ସମଗ୍ର ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।

siviour-cold-wave-in-north-india-scientists-explain-why
ଥରୁଛି ଉତ୍ତର ଭାରତ

By

Published : Dec 27, 2019, 10:13 AM IST

ହାଇଦ୍ରାବାଦ: ଦେଶରେ ଶୀତ ଲହରି ଜାରି ରହିଛି । ଭୂମଧ୍ୟ ସାଗରରେ ଉତ୍ପନ୍ନ ହୋଇଛି ଅସାଧାରଣ ଓ ଶକ୍ତିଶାଳୀ ବାୟୁ ଯାହାର ନାମ ରହିଛି "ୱେଷ୍ଟର୍ଣ୍ଣ ଡିଷ୍ଟବାନ୍ସ" । ଏହି ଶକ୍ତିଶାଳୀ ବାୟୁ ଯୋଗୁଁ ସମଗ୍ର ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।

ତେବେ ଏହି ସ୍ଥିତି 4 ବା 5 ଦଶକରେ ଥରେ ଦେଖା ଦିଏ । ଯାହାକି ନୂଆବର୍ଷ ସମୟରେ ଅନୁଭୂତ ହୋଇଥାଏ । ତେବେ ଚଳିତ ବର୍ଷ ଏହାର ପ୍ରଭାବ ଅତ୍ୟନ୍ତ ମାତ୍ରାରେ ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଡ. ରାଜେନ୍ଦ୍ର ଜେନାମଣି କହିଛନ୍ତି, " ଏହି ଶକ୍ତିଶାଳୀ ବାୟୁ ଦୀର୍ଘ ସମୟ ରହିପାରେ, ଏହା ଏକ ବିରଳ ଘଟଣା, ଯାହାର ପ୍ରଭାବ ମୁଖ୍ୟତଃ ଉତ୍ତର-ପଶ୍ଚିମ ଭାରତରେ ଦେଖା ଦେଇଥାଏ । ତେବେ ଦେଶର ବରିଷ୍ଠ ବୈଜ୍ଞାନିକମାନଙ୍କର ଭୟ ରହିଛି ଯେ, ଏହି ବାୟୁ ଦୀର୍ଘ ସମୟ ଧରି ରହିଲେ ବାୟୁମଣ୍ଡଳ ଉପରେ ଏହା ପ୍ରଭାବ ପକାଇ ପାରେ ।

ପୁନେ ସ୍ଥିତ ସେଣ୍ଟର ଫର କ୍ଲାଇମେଟ ଚେଞ୍ଜ ରିସର୍ଚ୍ଚ (CCCR)ର ବରିଷ୍ଠ ବୈଜ୍ଞାନିକ ଡ. ଭୂପିନ୍ଦର ବି ସିଂହ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏହି "ୱେଷ୍ଟର୍ଣ୍ଣ ଡିଷ୍ଟବାନ୍ସ" ଉପରେ ପ୍ରଭାବ ପକାଉଛି ଏବଂ ଏହା ଆସନ୍ତା ବର୍ଷରେ ଆହୁରି ପ୍ରଭାବ ପକାଇ ପାରେ । ସେହିପରି ମଧ୍ୟ ଓ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଅଧିକ ଗରମ ଅନୁଭୂତ ହୋଇପାରେ ।

ଅନ୍ୟ ଜଣେ ବିଶିଷ୍ଟ ବୈଜ୍ଞାନିକ ଡ. ସିଂହଙ୍କ କହିବା କଥା, ଆଗାମୀ ଦିନରେ ହିମାଳୟ ଓ ଗଙ୍ଗାର ସମତଳ ଅଞ୍ଚଳରେ ପ୍ରବଳ ଶୀତ ହେବ । ଏହି ଅଞ୍ଚଳରେ ସମଗ୍ର ଉତ୍ତର ଭାରତ ଅଛି । ଆଉ ଏହି ଶୀତ ବଢ଼ିବାର ଅନ୍ୟ ଏକ କାରଣ ବାୟୁ ପ୍ରଦୂଷଣ ।

ABOUT THE AUTHOR

...view details