ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହ ତିକ୍ତତା ମଧ୍ୟରେ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି ମନୋଜ ମୁକୁନ୍ଦ ନରୱଣେ । ଶୁକ୍ରବାର ସେନା ମୁଖ୍ୟ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ LAC ରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, କିନ୍ତୁ ସେନା ପ୍ରତ୍ୟେକ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ । ଗତ ତିନିମାସ ଧରି ପରିସ୍ଥିତି ଗୁରୁତର ରହିଥିଲା । କିନ୍ତୁ ଯବାନଙ୍କ ମନୋବଳ ବହୁତ ଦୃଢ । ସେମାନେ ଯେ କୌଣସି ପରିସ୍ଥିତିକୁ ସାମନା କରିପାରିବେ ବୋଲି ସେନା ମୁଖ୍ୟ କହିଛନ୍ତି ।
ଲେହର ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ନରୱଣେ ଗୁରୁବାର ଠାରୁ ଲଦାଖ ଗସ୍ତରେ ଅଛନ୍ତି । ଲେହରେ ପହଞ୍ଚିବା ପରେ ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ | ଅଧିକାରୀ ଓ ଜେସିଓଙ୍କ ସହ କଥାବାର୍ତ୍ତା କରି ପ୍ରସ୍ତୁତି ତଦାରଖ କରିଥିଲେ | ଭାରତର ଯବାନ ଓ ଅଧିକାରୀ ଦୁନିଆର ସବୁଠାରୁ ଦକ୍ଷ ଏବଂ ଦେଶକୁ ଗୌରବାନ୍ବିତ କରିବେ ବୋଲି ସେ କହିଛନ୍ତି ।