ଓଡିଶା

odisha

ETV Bharat / bharat

ଆଜିଠୁ ବଜେଟ ଅଧିବେଶନ, ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ - budget 2020

ଆଜିଠୁ ଆରମ୍ଭ ହେବ ବଜେଟ ଅଧିବେଶନ। ପ୍ରଥମ ଦିନରେ ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ 2019-20। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ।

budget 2020
ଆଜିଠୁ ବଜେଟ ଅଧିବେଶନ ଆରମ୍ଭ, ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ

By

Published : Jan 31, 2020, 7:55 AM IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ବଜେଟ ଅଧିବେଶନ । ପ୍ରଥମ ଦିନରେ ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ 2019-20।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ ।

ଅର୍ଥମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ସେପଟେ ବଜେଟ ଅଧିବେଶନ ଦୁଇ ପର୍ଯ୍ୟାୟରେ ଚାଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇ ଫେବୃଆରୀ 11 ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 2ରୁ ଆରମ୍ଭ ହୋଇ ଅପ୍ରେଲ 3 ତାରିଖ ପର୍ଯ୍ୟନ୍ତ ଚାଲିବ ।

ପ୍ରଥମେ ଶୁକ୍ରବାର ଦିନ 11ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ। ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ଓ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରାଯିବ ।

(@ANI)

ABOUT THE AUTHOR

...view details