ପାଟନା: ଅଟୋ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କାରେ 5 ଜଣଙ୍କ ମୃତ୍ୟୁ ଘଟିଛି । ପବିତ୍ର ବଡଦିନରେ ଏହି ଘଟଣା ଘଟିଥିବାରୁ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଅଟୋ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, 5 ମୃତ - bihar sitamadhi accident
ବିହାରର ସାତାମଢିରେ ଅଟୋ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କାରେ 5 ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।
![ଅଟୋ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, 5 ମୃତ accident](https://etvbharatimages.akamaized.net/etvbharat/prod-images/768-512-5485754-thumbnail-3x2-screenshot-1146jpeg.jpg)
accident
ସୂଚନା ଅନୁଯାୟୀ, ବୁଧବାର ଭୋର ସମୟରେ ଏକ ଅଟୋରେ କିଛି ଲୋକ ଯାଉଥିବାବେଳେ ମୁଜାଫରପୁରରୁ ଆସୁଥିବା ଏକ ପିକଅପ ଭ୍ୟାନ କୁହୁଡି କାରଣରୁ ଅପରପାର୍ଶ୍ବରୁ ଆସୁଥିବା ଅଟୋଟିକୁ ଦେଖି ପାରିନଥିଲା । ଯାହାଫଳରେ ସୀତାମଢିର ମହିନ୍ଦ୍ବାରାର କୌରଲୋହିୟା ଠାରେ ଅଟୋଟିକୁ ଧକ୍କା ଦେଇଥିଲା । ଯାହାଫଳରେ 5 ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।
ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଟୋରେ ଯାଉଥିବା ସମସ୍ତ ଲୋକେ ମୁଜାଫରପୁରର ଔରାଇ ନିବାସୀ ଅଟନ୍ତି ବୋଲି ଜଣାପଡିଛି ।