ଓଡିଶା

odisha

ETV Bharat / bharat

ସୁଦିକ୍ଷା ଭାଟି ମୃତ୍ୟୁ ମାମଲା, ପରିବାରକୁ ଭେଟିଲା ଏସଆଇଟି ଟିମ୍‌ - sudiksha

ସୁଦିକ୍ଷାଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ଏସଆଇଟି ଟିମ୍‌ ଗଠନ କରାଯାଇଛି। ସିଓ ସିଟି ଦୀକ୍ଷା ସିଂଙ୍କ ନେତୃତ୍ବରେ ଏସଆଇଟିର ଟିମ୍‌ ତଦନ୍ତ କରୁଛି।

ସୁଦିକ୍ଷା ଭାଟି ମୃତ୍ୟୁ ମାମଲା, ପରିବାରକୁ ଭେଟିଲା ଏସଆଇଟି ଟିମ୍‌
ସୁଦିକ୍ଷା ଭାଟି ମୃତ୍ୟୁ ମାମଲା, ପରିବାରକୁ ଭେଟିଲା ଏସଆଇଟି ଟିମ୍‌

By

Published : Aug 13, 2020, 6:03 PM IST

ଲକ୍ଷ୍ନୌ: ଆମେରିକା କଲେଜରେ ପଢ଼ୁଥିବା ଉତ୍ତରପ୍ରଦେଶର ଛାତ୍ରୀ ସୁଦିକ୍ଷା ଭାଟିଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି ଏସଆଇଟି । ସୁଦିକ୍ଷାଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ଏସଆଇଟି ଟିମ୍‌ ଗଠନ କରାଯାଇଛି। ସିଓ ସିଟି ଦୀକ୍ଷା ସିଂଙ୍କ ନେତୃତ୍ବରେ ଏସଆଇଟିର ଟିମ୍‌ ତଦନ୍ତ କରୁଛି। ତେବେ ଏହି ମାମଲାରେ ଗୁରୁବାର ସୁଦିକ୍ଷାଙ୍କ ପରିବାର ବର୍ଗଙ୍କୁ ପଚାରାଉଚାରା କରିଛି ଏସଆଇଟି । ଉତ୍ତର ପ୍ରଦେଶ ବାଦଲପୁରର ଡେରୀ ସ୍କେନର ଗ୍ରାମ ସ୍ଥିତ ତାଙ୍କ ବାସଭବନ ପହଞ୍ଚି ତାଙ୍କ ପରିବାର ବର୍ଗ ସହ କଥା ହୋଇଛି ।

ଏସଆଇଟିର ଟିମ୍‌ ସୁଦିକ୍ଷାଙ୍କ ବାପା ଏବଂ ଦାଦାଙ୍କୁ ଭେଟି ସମସ୍ତ ଘଟଣାକ୍ରମ ସମ୍ପର୍କରେ ସୂଚନା ନେଇଛି । ଏହା ସହିତ ସୁଦିକ୍ଷାଙ୍କୁ ନ୍ୟାୟ ଦେବାକୁ ପ୍ରତିଶୃତି ଦେଇଛି ଦଳ । ଏହି ସମୟରେ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ସୁଦିକ୍ଷା ଭାଟି ଆମେରିକାର ମାସଚସେଟସର ବାସବନ କଲେଜରେ ପଢ଼ୁଥିଲେ । ଆମେରିକାରେ ପଢିବା ପାଇଁ ସେ 3.83 କୋଟି ଟଙ୍କା ଛାତ୍ରବୃତ୍ତି ମଧ୍ୟ ପାଇଥିଲେ । ସେ ଛୁଟିରେ ଭାରତ ଆସିଥିଲେ ଏବଂ ଅଗଷ୍ଟ 20 ରେ ଆମେରିକା ଫେରିଯିବାର ଥିଲା। ହେଲେ ଦୁଇ ଚକିଆ ଯାନରେ ବୁଲନ୍ଦଶହରକୁ ଯାଉଥିବା ବେଳେ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି । ତେବେ ସୁଦିକ୍ଷା ଭାଟି କିଛି ଦୁଷ୍କର୍ମକାରୀଙ୍କ ଦ୍ବାରା ନିର୍ଯ୍ୟାତାରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଘଟଣା ଘଟିଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି । ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ତୀବ୍ର ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details