ନୂଆଦିଲ୍ଲୀ: ଅଭିଯୁକ୍ତ ତାହିର ହୁସେନ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚର ଏସଆଇଟି ଟିମ୍ । ଗତ 24 ଏବଂ 25 ଫେବୃଆରୀରେ ଉତ୍ତର ପୂର୍ବ ଦିଲ୍ଲୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତାହିର ହୁସେନ୍ଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚର ଏସଆଇଟି ଟିମ୍ କ୍ରମାଗତ ଭାବେ ଚେଷ୍ଟା ଜାରି ରଖିଛି । ଏନେଇ ଏସଆଇଟିର ଟିମ୍ ବିଭିନ୍ନ ଗ୍ରୁପରେ ବିଭକ୍ତ ହୋଇ ଅଭିଯୁକ୍ତ ତାହିର ହୁସେନ ରହୁଥିବା ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।
ସୂଚନା ଅନୁଯାୟୀ, ଏସଆଇଟି ଟିମ୍ ଅଭିଯୁକ୍ତ ତାହିର ହୁସେନ୍ କଲ୍ ଡିଟେଲ ବାହାର କରିଛନ୍ତି । ଏହା ମାଧ୍ୟମରେ ତାହିର ହୁସେନ୍ ଦଙ୍ଗା ସମୟରେ କେଉଁ ଲୋକମାନଙ୍କ ସହ କଥା ହୋଇଥିଲେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ଏଥିସହ ନମ୍ବର ମାଧ୍ୟମରେ ସମସ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଏସଆଇଟି ଟିମ୍ ପଚରାଉଚରା କରୁଛି।