ଓଡିଶା

odisha

By

Published : Aug 4, 2020, 9:44 PM IST

ETV Bharat / bharat

ଅଯୋଧ୍ୟା ନଗରୀରେ ଭୂମି ପୂଜା, ଅପେକ୍ଷା କରିଛି ଏକ ନୀରବ ଇତିହାସ

ସେ ଦିନ ଥିଲା ନଭେମ୍ବର 2, 1990। ଆଜକୁ ପ୍ରାୟ ତିରିଶ ବର୍ଷ ବିତିଗଲା । କିନ୍ତୁ, ପୂର୍ଣ୍ଣିମା କୋଥାରୀଙ୍କ ପାଇଁ ଏହା ଯେମିତି ଅନ୍ୟ ଦିନ ଭଳି ମନେହୁଏ। 1990 ମସିହା ଅକ୍ଟୋବର-ନଭେମ୍ବର ମାସର ପଛକୁ ଫେରି ଚାହିଁବା ବେଳେ ପୂର୍ଣ୍ଣିମା କୁହନ୍ତି, “ଯେଉଁ କାରଣରୁ ମୋର ଭାଇ ରାମ କୁମାର ଏବଂ ଶରଦ କୁମାର ନିଜ ଜୀବନକୁ ବାଜି ଲଗାଇଥିଲେ, ଶେଷରେ ତାହାର ହିଁ ବିଜୟ ହୋଇଛି। କାରଣ ଯୁଗେ ଯୁଗେ ଧର୍ମର ହିଁ ଜୟ ହୋଇଥାଏ।

ଅଯୋଧ୍ୟା ନଗରୀରେ ଭୂମି ପୂଜନ, ଅପେକ୍ଷା କରିଛି ଏକ ନୀରବ ଇତିହାସ
ଅଯୋଧ୍ୟା ନଗରୀରେ ଭୂମି ପୂଜନ, ଅପେକ୍ଷା କରିଛି ଏକ ନୀରବ ଇତିହାସ

କୋଲକାତା: ସୁପ୍ରିମକୋର୍ଟରେ ୪୦ ଦିନର ମାରାଥନ୍‌ ଶୁଣାଣି । ସମସ୍ତ ସଂସ୍ଥା, ସନ୍ଥ ସମାଜ ଓ ଅଗଣିତ ଲୋକଙ୍କ ଆସ୍ଥା ଉପରେ ଅଯୋଦ୍ଧା ମାମଲାରେ ପୁର୍ଣ୍ଣଚ୍ଛେଦ । 490 ବର୍ଷ ପୁରୁଣା ବିତର୍କ 2019 ରେ ଶେଷ ହୋଇଯାଇଛି। ଏକ ଐତିହାସିକ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ବିବାଦୀୟ ଜମି ଉପରେ ରାମ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେଲେ। ଏବଂ ସୁନ୍ନି ୱାକଫ ବୋର୍ଡ 5 ଏକର ଜମି ମସଜିଦ ନିର୍ମାଣ ପାଇଁ ବିକଳ୍ପ ଭାବରେ ଅନ୍ୟତ୍ର ପ୍ରଦାନ କରିବାକୁ ପ୍ରସ୍ତାବ ପାରିତ ହେଲା।

ଏହା ଭିତରେ 8 ମାସ ବିତିଗଲାଣି ଏବଂ ଏହି ବର୍ଷ କୋରୋନାଭାଇରସ୍ ପାଇଁ ବହୁତ ବଦଳି ଯାଇଛି । କିନ୍ତୁ, ରାମ ମନ୍ଦିର ନିର୍ମାଣ ଉଦ୍ୟମରେ କୌଣସି ବିରତି ହୋଇନାହିଁ। ଅଗଷ୍ଟ 5 ବା ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭୂମି ପୂଜନର କାର୍ଯ୍ୟକ୍ରମ ରହିଛି ଏବଂ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚି ସାରିଲାଣି। ଚାରିଆଡେ ଖୁସିର ମାହୋଲ, ନବବଧୂ ବେଶରେ ସଜେଇ ହୋଇଛି ଧର୍ମନଗରୀ। ଭକ୍ତ ଭଗବାନଙ୍କ ପୂଜା ପାଇଁ ଅକୁଣ୍ଠ ଚିତ୍ତରେ ଦାନ କରି ଚାଲିଛନ୍ତି।

ପୂଜା, ମନ୍ତ୍ର ଓ ବେଦ ଧ୍ବନିରେ ପ୍ରକମ୍ପିତ ହୋଇଉଠିଲାଣି ସାରା ପରିବେଶ। ହେଲେ ଏତେ ସବୁ ପଛରେ ଏକ ନୀରବ ଇତିହାସ ଅପେକ୍ଷା କରିଛି, ଏହା ଏକ ଇତିହାସ ଯାହା କୋଲକାତାର ବୁରାବଜାର ଅଞ୍ଚଳର ଦୁଇ ଭାଇଙ୍କ କାହାଣୀ କହିଥାଏ । ଅଯୋଧ୍ୟା ଯୁଦ୍ଧର ସେହି ଦୁଇ ଅମର ଯୋଦ୍ଧାଙ୍କ କାହାଣୀ। ରାମ କୁମାର ଏବଂ ଶରଦ କୁମାରଙ୍କ ସଂଘର୍ଷ ବିଷୟରେ।

ସେ ଦିନ ଥିଲା ନଭେମ୍ବର 2, 1990। ଆଜକୁ ପ୍ରାୟ ତିରିଶ ବର୍ଷ ବିତିଗଲା । କିନ୍ତୁ, ପୂର୍ଣ୍ଣିମା କୋଥାରୀଙ୍କ ପାଇଁ ଏହା ଯେମିତି ଅନ୍ୟ ଦିନ ଭଳି ମନେହୁଏ। 1990 ମସିହା ଅକ୍ଟୋବର-ନଭେମ୍ବର ମାସର ପଛକୁ ଫେରି ଚାହିଁବା ବେଳେ ପୂର୍ଣ୍ଣିମା କୁହନ୍ତି, “ଯେଉଁ କାରଣରୁ ମୋର ଭାଇ ରାମ କୁମାର ଏବଂ ଶରଦ କୁମାର ନିଜ ଜୀବନକୁ ବାଜି ଲଗାଇଥିଲେ, ଶେଷରେ ତାହାର ହିଁ ବିଜୟ ହୋଇଛି। କାରଣ ଯୁଗେ ଯୁଗେ ଧର୍ମର ହିଁ ଜୟ ହୋଇଥାଏ।

କ’ଣ ଥିଲା ସେଦିନର କାହାଣୀ ?

1990 ମସିହାରେ ବିଶ୍ବ ହିନ୍ଦୁ ପରିଷଦ ରାମ ମନ୍ଦିର ଆନ୍ଦୋଳନରେ ଯୋଗ ଦେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲା। ସେପ୍ଟେମ୍ବର 15 ରେ ଗୁଜୁରାଟର ସୋମନାଥ ମନ୍ଦିରରୁ ଏକ ରାଲି ଆରମ୍ଭ ହେବାକୁ ଥିଲା ଏବଂ ଏହାକୁ ବିଜେପିର ଲାଲ କୃଷ୍ଣ ଆଡଭାନୀ ସମର୍ଥନ ଓ ନେତୃତ୍ବରେ ଆରମ୍ଭ ହୋଇଥିଲା।

ଏହି ଘଟଣା ଧୀରେ ଧୀରେ ଦେଶର ପ୍ରତ୍ୟେକ ସହରର ଚର୍ଚ୍ଚାର ବିଷୟ ପାଲଟିଥିଲା ​​ଏବଂ କୋଲକାତାର କୋଠାରି ପରିବାରର ଦୁଇ ଭାଇ ଏହି ଶୋଭାଯାତ୍ରାର ଅଂଶ ହେବା ପାଇଁ ଘରୁ ବାହାରି ପଡିଥିଲେ। ଯେତେବେଳେ ରାମ କୁମାର କୋଠାରି (22) ଏବଂ ଶରଦ କୁମାର କୋଠାରି (20) ସେମାନଙ୍କ ପିତା ହିରାଲାଲଙ୍କୁ ଏହି ଶୋଭାଯାତ୍ରାରେ ଯୋଗଦେବା ନିଷ୍ପତ୍ତି ବିଷୟରେ କହିଥିଲେ, ସେତେବେଳେ ହିରାଲାଲ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ତାଙ୍କ ଝିଅ ପୂର୍ଣ୍ଣିମାର ଦୁଇ ସପ୍ତାହ ମଧ୍ୟରେ ବିବାହ ଅନୁଷ୍ଠିତ ହେବାକୁ ଯାଉଥିଲା। ସମସ୍ତ ପ୍ରସ୍ତୁତି ସରିଯାଇଥିଲା। କିନ୍ତୁ, ପୁଅମାନଙ୍କ ଆଗରେ ନିରୁପାୟ ପିତା ହିରାଲାଲ ଯିବାକୁ ଅନୁମତି ଦେଇଥିଲେ। ଦୁଇ ଭାଇ ରାମ ଓ ଶରଦ ଅକ୍ଟୋବର 22 ରେ ଅଯୋଧ୍ୟା ପାଇଁ ଟ୍ରେନରେ ଚଢିଗଲେ।

ଉତ୍ତରପ୍ରଦେଶ ସରକାର ଅଯୋଧ୍ୟା ପର୍ଯ୍ୟନ୍ତ ସମସ୍ତ ସଡ଼କ ଏବଂ ରେଳ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟକୁ ବନ୍ଦ ରଖିଥିଲେ, ତେଣୁ ଦୁଇ ଭାଇ ବାରାଣାସୀ ଦେଇ ଅନ୍ୟ ଏକ ବିକଳ୍ପ ମାର୍ଗ ବାଛିଥିଲେ। ଶେଷରେ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ପୁର୍ଣ୍ଣିମା ଦିନ ରାମ କୁମାର ଏବଂ ତାଙ୍କ ଭାଇ ଶରଦ କୁମାର ଅଯୋଧ୍ୟାରେ ପହଞ୍ଚିଥିଲେ।

ଅନ୍ୟ କର ସେବକ ହନୁମାନଗଡିରେ ଏକତ୍ରିତ ହୋଇ ବିବାଦୀୟ ସ୍ଥାନ ଆଡକୁ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଏହି ସାହାସୀ ଦୁଇ ଭାଇ ଆନ୍ଦୋଳନର ଆଗରେ ରହିଥିଲେ। ତେବେ ପୋଲିସକୁ ଏହି ଶୋଭାଯାତ୍ରା ବନ୍ଦ କରିବାକୁ ପଡିଥିଲା। ହେଲେ ନଭେମ୍ବର 2 ରେ ଯାହା ଘଟିଥିଲା ​​ତାହା ଅକ୍ଟୋବର 30,1990 ରେ ଆରମ୍ଭ ହୋଇଥିଲା ବୋଲି ଶହୀଦ ରାମ ଓ ଶରଦଙ୍କ ଭଉଣୀ ପୂର୍ଣ୍ଣିମା ବଖାଣିଛନ୍ତି।

ଘଟଣାକ୍ରମ...

ଅକ୍ଟୋବର 30 ଶୋଭାଯାତ୍ରାରେ ନେତୃତ୍ୱ ନେଉଥିବା ବେଳେ ମୋ ଭାଇମାନେ ଜାତୀୟ ପତାକା ଧରି ଆଗେଇ ଚାଲି ଥିଲେ। ସେବେଠାରୁ ପୋଲିସ ସେମାନଙ୍କୁ ଟାର୍ଗେଟ କରିଥିଲା। ନଭେମ୍ବର ୨ ରେ ରାମ ଏବଂ ଶରଦ ହନୁମାନ ଗଡି ନିକଟ ଏକ ଗଳିରେ ଭଜନ ଗାଉଥିଲେ। ଏହି ସମୟରେ ପୋଲିସ ଆସି ସେହି ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ହନୁମାନଗଡିରେ ଆରମ୍ଭ ହୋଇଥିଲା ଲଢେଇ ଓ ପୋଲିସ ଲାଠିଚାର୍ଜ ଆରମ୍ଭ କରିଥିଲା। ତା’ପରେ ଗୁଳି ବିନିମୟ ହୋଇଥିଲା। ମୋ ଭାଇମାନେ ଅନ୍ୟ କର ସେବଙ୍କ ସହିତ ନିକଟସ୍ଥ ଏକ ମନ୍ଦିରରେ ଆଶ୍ରୟ ନେଇଥିଲେ।

ଯେତେବେଳେ କେହି ପାଣି ପାଇଁ ଡାକିଲେ ସେମାନେ ସେଠାରେ ଲୁଚି ରହିଥିଲେ। ହେଲେ କେହି କର ସେବକ ଅସୁବିଧାରେ ପଡି ଡାକୁଥିବା ବିଶ୍ବାସ କରି ଶରଦ କବାଟ ଖୋଲିବା ପରେ ପୋଲିସ ଘୋଷାଡି ନେବା ସହ ଗୁଳି ଚଳାଇଥିଲା। ଏହାପରେ ଭାଈକୁ ଖୋଜି ରାମ ବାହାରକୁ ଆସିଥିଲେ ଏବଂ ପୋଲିସ ମଧ୍ୟ ତାଙ୍କୁ ଗୁଳି କରି ମାରିଦେଇଥିଲା। ସେଦିନ ପୋଲିସ ଗୁଳିରେ 2 କର ସେବକଙ୍କର ମୃତ୍ୟୁ ଘଟିଥିଲା। ଆଉ ମୋ ଭାଇମାନେ ମଧ୍ୟ ଆମକୁ ଛାଡି ଚାଲିଗଲେ ବୋଲି ପୂର୍ଣ୍ଣିମା କହିଛନ୍ତି।

ଏହା ପରେ ମୋ ଭାଇଙ୍କ ମୃତଦେହ ହନୁମାନଗଡି ନିକଟ ଏକ ଗଳିରୁ ଉଦ୍ଧାର କରାଯାଇଥିଲା। ଅଯୋଧ୍ୟାର ଏହି ଗଳିକୁ ଏବେବି ଶହୀଦଙ୍କ ଗଳି କୁହାଯାଏ । ତେବେ ପୂର୍ଣ୍ଣିମା କହିଛନ୍ତି, ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମୋତେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଛି । ତେବେ ସେ ପୁଣି କହିଛନ୍ତି, ମୁଁ ବହୁତ ଖୁସି ଯେ, ମୋ ଭାଇମାନଙ୍କ ସହ ଯାହା ବି ଘଟିଥିଲା, ହେଲେ ଅନେକ ବର୍ଷ ପରେ ମୁଁ ସେମାନଙ୍କ ପକ୍ଷରୁ ଅଯୋଧ୍ୟାରେ ଏହି ସୁଖଦ ମୁହୂର୍ତ୍ତରେ ସାମିଲ ହେବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details