ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 60963 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 834 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23,29,639ରେ ପହଞ୍ଚିଛି ।
ଦେଶରେ 24 ଘଣ୍ଟାରେ 60,963 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 834 ମୃତ - india corona death toll
24 ଘଣ୍ଟାରେ ଦେଶରେ 60963 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 834 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23,29,639ରେ ପହଞ୍ଚିଛି ।
![ଦେଶରେ 24 ଘଣ୍ଟାରେ 60,963 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 834 ମୃତ corona upadate](https://etvbharatimages.akamaized.net/etvbharat/prod-images/768-512-8387068-738-8387068-1597206791842.jpg)
ଦେଶରେ 24 ଘଣ୍ଟାରେ ଚିହ୍ନଟ ହେଲେ 60963 ନୂଆ କୋରୋନା ଆକ୍ରାନ୍ତ
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1639600 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 643948 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହ ମାରାତ୍ମକ ଭାଇରସ କାରଣରୁ ଦେଶରେ ଏବେସୁଦ୍ଧା 46091 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
ଏପଟେ ଜନ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, କୋରୋନା ଦୃଷ୍ଟିରୁ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । ଏହି କ୍ରମରେ ପ୍ରଥମରେ ଆମେରିକା (5141193) ଏବଂ ଦ୍ବିତୀୟରେ ବ୍ରାଜିଲ(3057470) ରହିଛି ।