ଲକ୍ଷ୍ନୌ: ବଲିଉଡ ଗାୟିକା କନିକାଙ୍କ କୋରୋନା ପଜେଟିଭ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶରେ ଆଲୋଚନା ଓ ସମାଲୋଚନା ଜାରି ରହିଛି । ଏହାର କାରଣ କନିକା ପ୍ରଥମେ ତାଙ୍କୁ କୋରୋନା ସଂକ୍ରମିତ ହୋଇଥିବା ରିପୋର୍ଟକୁ ଲୁଚାଇଥିଲେ ଓ ଲକ୍ଷ୍ନୌ ଆସି ପାର୍ଟି କରିଥିଲେ । ଏବେ ଏହାକୁ ନେଇ ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜରଙ୍କ ବଡ ବୟାନ । ସେ କହିଛନ୍ତି କନିକା ସୁସ୍ଥ ହେଲା ପରେ ତାଙ୍କୁ ଗିରଫ କରାଯାଉ ।
ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର କହିଛନ୍ତି ଯେ ତାଙ୍କୁ ଗିରଫ କରାଯିବା ଉଚିତ ଏବଂ ତାଙ୍କ ଉପରେ ଏନଏସଏ ଲାଗୁ କରାଯିବା ଉଚିତ । ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ଲାଗୁ କରାଯିବା ସହ ବିମାନ ବନ୍ଦର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।
ନନ୍ଦକିଶୋର ଏହି ମାମଲାରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି । ବିମାନବନ୍ଦରରେ ସ୍କ୍ରିନିଂ ଉପରେ ପ୍ରଶ୍ନ କରି ସେ କହିଛନ୍ତି ଯେ ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସମ୍ପୂର୍ଣ୍ଣ ଦାୟୀ।