ଓଡିଶା

odisha

ETV Bharat / bharat

ବାଲାସୁବ୍ରମଣ୍ୟମଙ୍କ ବିୟୋଗରେ ବଲିଉଡ କଳାକାରଙ୍କ ଶୋକ - LIVE UPDATE

ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ
ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ

By

Published : Sep 25, 2020, 2:56 PM IST

Updated : Sep 25, 2020, 3:58 PM IST

15:46 September 25

ବାଲାସୁବ୍ରମଣ୍ୟମଙ୍କ ବିୟୋଗରେ ବଲିଉଡ କଳାକାରଙ୍କ ଶୋକ

ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ସଙ୍ଗୀତ ଜଗତର ଏକ ଅପୁରଣୀୟ କ୍ଷତି । ବାଲାସୁବ୍ରମଣ୍ୟମ ପରଲୋକରେ ଅନେକ ବିଶିଷ୍ଟ ବଲିଉଡ କଳାକାର ଶୋକ ବ୍ୟକ୍ତ କରିଛନ୍ତି । ବଲିଉଡ ସୁପରଷ୍ଟାର ସଲମାନ ଖାନ, ଅକ୍ଷୟ କୁମାରଙ୍କ ସମେତ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି ।

15:16 September 25

ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟକ ଏସପି ବାଲାସୁବ୍ରହ୍ମଣ୍ୟମଙ୍କ ଦେହାନ୍ତ ବିଷୟରେ ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିଜ ଟ୍ବିଟରରେ ଲେଖିଛନ୍ତି, ଙ୍ଗୀତପ୍ରେମୀମାନେ ତାଙ୍କର ଚିତ୍ତାକର୍ଷକ ସ୍ୱରକୁ ସବୁଦିନ ପାଇଁ ହରାଇବେ | ମୋର ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସଦସ୍ୟ ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସହିତ ଅଛି ବୋଲି ନବୀନ ଲେଖିଛନ୍ତି ।

15:06 September 25

ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ସମଗ୍ର ଭାରତରେ ଘରେ ଘରେ ପରିଚିତ ଥିଲେ ବାଲାସୁବ୍ରମଣ୍ୟ, ତାଙ୍କର ସୁମଧୁର ସ୍ୱର ଏବଂ ସଙ୍ଗୀତ ଦଶକ ଧରି ଦର୍ଶକଙ୍କୁ ଆକର୍ଷିତ କରିଥିଲା | ଦୁଃଖର ଏହି ସସମୟରେ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

14:43 September 25

ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ଶୋକ ବ୍ୟକ୍ତ

ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭେଟେରାନ ପ୍ଲେବ୍ୟାକ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମ(ଏସପିବି)ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଟ୍ବିଟ କରି ଲେଖିଛନ୍ତି, କିମ୍ବଦନ୍ତୀ ସଙ୍ଗୀତଜ୍ଞ ଏସପି ବାଲାସୁବ୍ରହ୍ମଣ୍ୟମଙ୍କ ଦେହାନ୍ତରେ ଭାରତୀୟ ସଙ୍ଗୀତ ଏହାର ଅନ୍ୟତମ ମିଠା ସ୍ବର ହରାଇଛି |  ତାଙ୍କୁ ପଦ୍ମ ଭୂଷଣ ଏବଂ ଅନେକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗାୟକଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ।

Last Updated : Sep 25, 2020, 3:58 PM IST

ABOUT THE AUTHOR

...view details