ସିଙ୍ଗାପୁର: ଭାରତକୁ ପୁଣି ଆସିବ ସହାୟତା ସ୍ବରୂପ କୋରୋନା ରିଲିଫ ସାମଗ୍ରୀ । ଆଉ ଏହି ସାମଗ୍ରୀ ପଠାଇବ ସିଙ୍ଗାପୁର । 2ଟି ଏୟାର ଇଣ୍ଡିଆ ଓ ଗୋଟିଏ ବ୍ଲୁ ଡାର୍ଟ ବିମାନ ଯୋଗେ ପ୍ରାୟ 78 ଟନର ରିଲିଫ ସାମଗ୍ରୀ ପଠାଇବା ପାଇଁ ସୂଚନା ଦେଇଛି ସିଙ୍ଗାପୁର । ଏହି ରିଲିଫ ସାମଗ୍ରୀରେ ରହିବ ସିଙ୍ଗାପୁରସ୍ଥିତ କମ୍ପାନୀ ଦ୍ବାରା ପ୍ରସ୍ତୁତ ପିପିଇ କିଟ୍ । ‘ଲାଇଫଲାଇନ ଉଡାନ’ରେ ଏହି ବିମାନ 3ଟି ଦେଶକୁ ରିଲିଫ ସାମଗ୍ରୀ ଆଣିବା ନେଇ ଜଣାପଡିଛି ।
ସିଙ୍ଗାପୁରରୁ ଭାରତ ଆସିବ 78 ଟନର କୋରୋନା ରିଲିଫ ସାମଗ୍ରୀ - ଲାଇଫଲାଇନ ଉଡାନ
ଭାରତକୁ ପୁଣି ଆସିବ ସହାୟତା ସ୍ବରୂପ କୋରୋନା ରିଲିଫ ସାମଗ୍ରୀ । ଆଉ ଏହି ସାମଗ୍ରୀ ପଠାଇବ ସିଙ୍ଗାପୁର । 2ଟି ଏୟାର ଇଣ୍ଡିଆ ଓ ଗୋଟିଏ ବ୍ଲୁ ଡାର୍ଟ ବିମାନ ଯୋଗେ ପ୍ରାୟ 78 ଟନର ରିଲିଫ ସାମଗ୍ରୀ ପଠାଇବା ନେଇ ସୂଚନା ଦେଇଛି ସିଙ୍ଗାପୁର ।

କେନ୍ଦ୍ର ବେସାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ଏସ ପୁରୀଙ୍କ ସୂଚନା ମୁତାବକ ସ୍ପାଇସ ଜେଟ, ବ୍ଲୁ ଡାର୍ଟ ଓ ଇଣ୍ଡିଗୋ ପରି ଘରୋଇ କାରଗୋ ଅପରେଟର ଦେଶ ପାଇଁ ଲାଇଫଲାଇନ ଉଡାନ କାରଗୋ ଭାବେ କାର୍ଯ୍ୟରତ । ଏପ୍ରିଲ 15ର ରିପୋର୍ଟ ମୁତାବକ ସ୍ପାଇସ ଜେଟ- 230 ଉଡାଣ, 2765 ଟନ, ବ୍ଲୁ ଡାର୍ଟ- 108 ଉଡାଣ, 1709 ଟନ ଓ ଇଣ୍ଡିଗୋ- 25 ଉଡାଣ, 21.77 ଟନର ସାମଗ୍ରୀ ପରିବହନ କରିସାରିଛି । ତେବେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି କେନ୍ଦ୍ରର ଯୋଜନା ମୁତାବକ କୋରୋନା ସଂକ୍ରମଣର ଶିକାର ଦେଶମାନଙ୍କୁ ଆବଶ୍ୟକତା ଅନୁଯାୟୀ ମେଡିକାଲ କାରଗୋ ଲାଇପଲାଇନ ପହଞ୍ଚାଇବା ହେଉଛି ଲାଇଫଲାଇନ ଉଡାନର କାର୍ଯ୍ୟ ।
ଏଯାବତ ଏହି ବିମାନ ସେବା ଦ୍ବାରା ପ୍ରାୟ 1,41,080 କିଲୋମିଟର ଅତିକ୍ରମ କରି 240 ଟନର ରିଲିଫ ସାମଗ୍ରୀ ପହଞ୍ଚାଯାଇଛି । ଯେଉଁଥିରେ ଲାଇଫଲାଇନ ଉଡାନରେ 161ଟି ବିମାନ ଏହି ସେବା ଯୋଗାଇଛି । ତେବେ ଏଥିରେ ରହିଛି ଏୟାର ଇଣ୍ଡିଆର 99 ବିମାନ ଓ ଆଲାଏନ୍ସ ଏୟାରର 54 ବିମାନ । ସେପଟେ ଗତ 24 ଘଣ୍ଟାରେ 1990 ନୂଆ ମାମଲା ସହ ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା 26,496ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।