ଓଡିଶା

odisha

ETV Bharat / bharat

‘ଟିଏମସିକୁ ଟାର୍ଗେଟ କରିବା ପାଇଁ ସୁରକ୍ଷାବଳର ବ୍ୟବହାର କରିଛି ବିଜେପି'

ବିଜେପି କାର୍ଯ୍ୟକର୍ତ୍ତା ଏବଂ ସୁରକ୍ଷାବଳ ମତଦାନ ସମୟରେ ରାଜ୍ୟରେ ଯେଉଁ ଭଳି ନିର୍ଯ୍ୟାତନା ଦେଇଛନ୍ତି ତାହା ପୂର୍ବରୁ କେବେ ହୋଇନଥିଲା । ମୁଁ ଅଗରୁ କେବେ ଏଭଳି ଘଟଣା ରାଜ୍ୟରେ ଦେଖିନଥିଲି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

By

Published : May 19, 2019, 11:23 PM IST

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ମଧ୍ୟରେ ଶେଷ ହେଲା ଅନ୍ତିମ ପର୍ଯ୍ୟାୟ ମତଦାନ । ତେବେ ଏହି ହିଂସାକୁ ନେଇ ଏବେ ବିଜେପି ଏବଂ ଟିଏମ୍‌ସି ମଧ୍ୟରେ ଟଣାଓଟାରା ଚାଲିଛି । ଟିଏମ୍‌ସି ଏହି ହିଂସାତ୍ମକ କାର୍ଯ୍ୟକଳାପ କରିଥିବା ଅଭିଯୋଗ କରିଛନ୍ତି ବିଜେପି କର୍ଯ୍ୟକର୍ତ୍ତା । ଆଉ ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସବୁ ଦୋଷ ବିଜେପି ଉପରେ ଲଦି ଦେଇଛନ୍ତି ।

ରବିବାର ମତଦାନ ପରେ ମମତା କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତା ଏବଂ ସୁରକ୍ଷାବଳ ମତଦାନ ସମୟରେ ରାଜ୍ୟରେ ଯେଉଁ ଭଳି ନିର୍ଯ୍ୟାତନା ଦେଇଛନ୍ତି ତାହା ପୂର୍ବରୁ କେବେ ହୋଇନଥିଲା । ମୁଁ ଆଗରୁ କେବେ ଏଭଳି ଘଟଣା ରାଜ୍ୟରେ ଦେଖିନଥିଲି ବୋଲି କହିଛନ୍ତି ମମତା ।

ସୂଚନା ଯୋଗ୍ୟ ଯେ, ଚଳିତ ଲେକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ସର୍ବାଧିକ ହିଂସା ଦେଖାଦେଇଛି । ଏହି ହିଂସା ପାଇଁ ଉଭୟ ଦଳ ପରସ୍ପରକୁ ଦାୟୀ କରିଆସୁଛନ୍ତି ।

For All Latest Updates

ABOUT THE AUTHOR

...view details