ଓଡିଶା

odisha

ETV Bharat / bharat

କୋରୋନା କବଳରୁ ବଞ୍ଚିତ ଏହି ରାଜ୍ୟ, ଅକ୍ଚୋବର ଯାଏଁ ପର୍ଯ୍ୟଟକଙ୍କ ଉପରେ ରୋକ - Sikkim News

ସିକ୍କିମ୍ ରାଜ୍ୟ ଏପର୍ଯ୍ୟନ୍ତ କୋରୋନା ମୁକ୍ତ ଥିବାରୁ ଏହତିୟାନ ଅଞ୍ଚଳ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରିଛି । ଅଧିକ ପଢନ୍ତୁ...

Sikkim banned tourists till October
କୋରୋନା କବଳରୁ ବଞ୍ଚିତ ଏହି ରାଜ୍ୟ

By

Published : Apr 25, 2020, 12:59 PM IST

ଗ୍ୟାଙ୍ଗଟକ: ଦେଶରେ କୋରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପୁଛି । ଏହି ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ଦେଶରେ 723 ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଦେଶରେ ଏପରି ଏକ ରାଜ୍ୟ ରହିଛି ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କୋରୋନା ସଂକ୍ରମଣ ରିପୋର୍ଟ ହୋଇନାହିଁ । ତେବେ ସେହି ରାଜ୍ୟ ହେଉଛି ସିକ୍କିମ୍ । ରାଜ୍ୟ ଏପର୍ଯ୍ୟନ୍ତ କୋରୋନା ମୁକ୍ତ ଥିବାରୁ ଏହତିୟାନ ଅଞ୍ଚଳ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନକୁ ବାରଣ କରିଛି ।

କୋରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସାରା ଦେଶରେ ପ୍ରଯୁଜ୍ୟ ଲକଡାଉନ ସମ୍ପର୍କରେ କେନ୍ଦ୍ର ଦ୍ବାରା ଏପ୍ରିଲ 15ରେ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସରଣ କରାଯାଇଥିଲା। ଏହାସହ ଏପ୍ରିଲ୍ 20ରେ ସିକ୍କିମରେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ରାଜ୍ୟରେ କୃଷି ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, କୃଷକମାନଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ନିର୍ମାଣ କାର୍ଯ୍ୟ କେବଳ ସ୍ଥାନୀୟ ଶ୍ରମିକଙ୍କ ଦ୍ୱାରା କରାଯିବ । ନିର୍ମାଣାଧୀନ ବିଦ୍ୟୁତ୍ ପ୍ରକଳ୍ପ ଏବଂ ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରସ୍ତୁତ ର୍ମାଣ ପାଇଁ ଅନୁମତି ମଧ୍ୟ ଦିଆଯାଇଛି।

ନିର୍ମାଣ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଟ୍ରକ୍ ଏବଂ ଭାରୀ ଯାନ ସ୍କ୍ରିନିଂ ପରେ ସିକ୍କିମ୍ ରାସ୍ତାରେ ଆସିବାକୁ ଅନୁମତି ଦିଆଯାଇଥିଲା।

ABOUT THE AUTHOR

...view details