ନୂଆଦିଲ୍ଲୀ: ଶିଖ ସମ୍ପ୍ରଦାୟର ଏକ ପ୍ରତିନିଧିମଣ୍ଡଳୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଦିଲ୍ଲୀ ଶିଖ ଗୁରୁଦ୍ବାର କମିଟି ମୁଖ୍ୟ ମଞ୍ଜିନ୍ଦର ସିଂହ ସିରସାଙ୍କ ନେତୃତ୍ବରେ ଏହି ପ୍ରତିନିଧିମଣ୍ଡଳୀ ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।
ଶାହାଙ୍କୁ ଭେଟିଲେ ଶିଖ ପ୍ରତିନିଧିମଣ୍ଡଳୀ, ଲୋଡିଲେ ସୁରକ୍ଷା - ଦିଲ୍ଲୀ ଶିଖ ଗୁରୁଦ୍ବାର କମିଟି ମୁଖ୍ୟ
ଦିଲ୍ଲୀ ଶିଖ ଗୁରୁଦ୍ବାର କମିଟି ମୁଖ୍ୟ ମଞ୍ଜିନ୍ଦର ସିଂହ ସିରସାଙ୍କ ନେତୃତ୍ବରେ ଶିଖ ସମ୍ପ୍ରଦାୟର ଏକ ପ୍ରତିନିଧିମଣ୍ଡଳୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି 1984 ମସିହା ଶିଖ ନରସଂହାର ଘଟଣାର ମୁଖ୍ୟ ସାକ୍ଷୀ ମୁଖତିଆର ସିଂହ ଓ ସଞ୍ଜୟ ସୁରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
1984 ମସିହାରେ ରକାବଗଞ୍ଜ ସାହିବ ଗୁରୁଦ୍ବାରରେ ଦୁଇ ଶିଖଙ୍କୁ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ମୁଖତିଆର ସିଂହ ଓ ସଞ୍ଜୟ ସୁରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏହି ପ୍ରତିନିଧିମଣ୍ଡଳୀ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଶିଖ ନରସଂହାର ମାମଲାରେ ସୋମବାର ମୁଖତିଆର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏଏସଆଟି) ଆଗରେ ହାଜର ହୋଇଥିଲେ।
ତେବେ 1984 ଶିଖ ନରସଂହାର ଘଟଣାରେ ବର୍ତ୍ତମାନର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ହାତ ଥିବା ସନ୍ଦେହ କରି ଏସଆଇଟି 7ଟି ମାମଲାରେ ପୁନଃତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ନରସଂହାର ସମୟରେ କମଲନାଥ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୂର୍ବରୁ ମୁଖତିଆର ସିଂହ ଓ ସଞ୍ଜୟ ସୁରୀ ନାନାବତୀ କମିଶନଙ୍କୁ ବୟାନ ଦେଇଥିଲେ।