ନୂଆଦିଲ୍ଲୀ: ଗୁରୁ ନାନକ ଦେବଙ୍କ 550 ତମ ଜୟନ୍ତୀ ଅବସରରେ ଆରମ୍ଭ ହେବାକୁ ଥିବା କରତାରପୁର କରିଡରକୁ ନେଇ ପୁଣି ଥରେ ବାଧା ଉପୁଜିଛି । କରତାରପୁର କରିଡର ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୁଧବାର ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିଲା । ହେଲେ ଆସନ୍ତାକାଲି ଏହି ଚୁକ୍ତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇଛି ।
ଟଳିଲା କରତାରପୁର କରିଡର ଚୁକ୍ତି - kartarpur corridor
କରତାରପୁର କରିଡର ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଏକ ଚୁକ୍ତି ସ୍ବାକ୍ଷର ହେବାକୁ ଥିଲା । ହେଲେ ବୁଧବାର ଏହି ଚୁକ୍ତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇଛି ।
ଏହା ପୂର୍ବରୁ ସୋମବାର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ପାକିସ୍ତାନର ମନମାନୀ ସତ୍ବେ ଆସନ୍ତା ବୁଧବାର ଦିନ ଭାରତ ସରକାର କରତାରପୁର କରିଡର ପାଇଁ ପାକିସ୍ତାନ ସହ ଚୁକ୍ତି ସ୍ବାକ୍ଷର କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ନଭେମ୍ବର 12ରେ କରତାରପୁର କରିଡରର ଶୁଭାରମ୍ଭ କରିବାର ଯୋଜନା କରାଯାଇଛି ।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ସରକାର କରତାରପୁର ଠାରେ ଥିବା ଦରବାର ସାହିବ ଗୁରୁଦ୍ବାରକୁ ଯାଉଥିବା ଶ୍ରଦ୍ଧାଳଙ୍କୁ ଠାରୁ ୨୦ ଡଲାର (ଭାରତୀୟ ମୂଲ୍ୟ 1428 ଟଙ୍କା) ଲେଖାଏଁ ଶୁଳ୍କ ଆଦାୟ କରୁଛନ୍ତି । ଯାହାକୁ ଭାରତ ସରକାର ବିରୋଧ କରୁଛନ୍ତି । କିନ୍ତୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ସରକାର ଚୁକ୍ତି ପାଇଁ ପ୍ରସ୍ତୁତ ହୋଇଥିଲେ ।