ଓଡିଶା

odisha

ETV Bharat / bharat

ସରକାରଙ୍କ ବଡ ନିଷ୍ପତ୍ତି, ତିନି ସେନାକୁ ଅସ୍ତ୍ର ଠୁଳ କରିବାକୁ ଅନୁମତି - କେନ୍ଦ୍ର ସରକାର

ଚୀନ୍‌ର ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । 15 ଦିନିଆ ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଗଚ୍ଛିତ କରି ରଖିବାକୁ ତିନି ସେନାକୁ ଦାୟିତ୍ବ ଦେଇଛନ୍ତି ସରକାର । ଅଧିକ ପଢନ୍ତୁ...

ସରକାରଙ୍କ ବଡ ନିଷ୍ପତ୍ତି, 15 ଦିନିଆ ଭୀଷଣ ଯୁଦ୍ଧ ପାଇଁ ତିନି ସେନାଙ୍କୁ ଅସ୍ତ୍ର ଠୁଳ କରିବାକୁ ଅନୁମତି
ସରକାରଙ୍କ ବଡ ନିଷ୍ପତ୍ତି, 15 ଦିନିଆ ଭୀଷଣ ଯୁଦ୍ଧ ପାଇଁ ତିନି ସେନାଙ୍କୁ ଅସ୍ତ୍ର ଠୁଳ କରିବାକୁ ଅନୁମତି

By

Published : Dec 14, 2020, 12:15 PM IST

ନୂଆଦିଲ୍ଲୀ: ଚୀନ୍‌ର ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଭାରତୀୟ ସେନାବାହିନୀ ପାଖରେ ୧୦ ଦିନ ଅତିଶୟ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରହିଥିବା ବେଳେ ସମ୍ଭାବ୍ୟ ୧୫ ଦିନିଆ ଦ୍ବିପାକ୍ଷିକ ଭୀଷଣ ଯୁଦ୍ଧ ପାଇଁ ଆବଶ୍ୟକ ଗୁଳିଗୋଳା ଓ ଯୁଦ୍ଧାସ୍ତ୍ର ଠୁଳ କରିବା ପାଇଁ କୁହାଯାଇଛି ବୋଲି ଜଣେ ବରିଷ୍ଠ ସେନାଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଶତ୍ରୁପକ୍ଷର ଦମ୍ଭ ଭାଙ୍ଗିବା ପାଇଁ ସରକାର ତିନି ସୈନ୍ୟବାହିନୀକୁ ବଡ଼ ଦାୟିତ୍ବ ଦେଇଛନ୍ତି ।

ନୂତନ ନିଷ୍ପତ୍ତି ଅନୁଯାୟୀ, ଏହି ତିନି ସେନାଙ୍କୁ 15 ଦିନିଆ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଗଚ୍ଛିତ କରି ରଖିବାକୁ କୁହାଯାଇଛି । ଏହାପୂର୍ବରୁ ସୈନ୍ୟବାହିନୀଙ୍କୁ ମାତ୍ର 10 ଦିନ ଯୁଦ୍ଧ ପାଇଁ ଆବଶ୍ୟକ ସରଞ୍ଜାମ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ କରାଯାଇଥିଲା । ଏହାଛଡ଼ା ଦେଶ ବ୍ୟତୀତ ବିଦେଶରୁ 50 ହଜାର କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଏକ ବଡ ଯୋଜନା ରହିଛି ।

ସୂଚନା ଥାଉ କି, ମୁଖ୍ୟତଃ ଉତ୍ତର ପଟୁ ଚୀନ୍‌ ପକ୍ଷରୁ ଜାରି ରହିଥିବା ଅସ୍ଥିରତା ଚରମ ରୂପ ନେବାର ଆଶଙ୍କା ଥିବା ପରିପ୍ରେକ୍ଷୀରେ ସେନାବାହିନୀକୁ ଏପରି ନିର୍ଦ୍ଦେଶ କରାଯାଇଥିବା ଚର୍ଚ୍ଚା ହେଉଛି।

ABOUT THE AUTHOR

...view details