ଚଣ୍ଡିଗଡ଼: କରତାରପୁର ସାହିବ ଗୁରୁଦ୍ବାରା ପାଇଁ ଆସନ୍ତା ନଭେମ୍ବର ୯ ତାରିଖରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏହି ଦିନ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ କରିଡର ଖୋଲିବାକୁ ଘୋଷଣା କରିଛି ପାକିସ୍ତାନ । ଏହି ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ପୁନର୍ବାର ଅନୁରୋଧ ପତ୍ର ଲେଖିଛନ୍ତି ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ । ଗୁରୁବାର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରରୁ ସେ ଚିଠି ଲେଖିଛନ୍ତି । ଏହି ଚିଠିକୁ ମିଶାଇ ସେ କରତାରପୁର ଯିବା ପାଇଁ ତିନୋଟି ଚିଠି ଲେଖିସାରିଲେଣି।
କରତାରପୁର କରିଡର ଉଦଘାଟନୀ ଉତ୍ସବ, ବିଦେଶ ମନ୍ତ୍ରଣାଳୟକୁ ସିଦ୍ଧୁଙ୍କ 3ୟ ଚିଠି - ସିଦ୍ଧୁଙ୍କ ବୈଦେଶିକ ମନ୍ତ୍ରଣାଳୟକୁ ତୃତୀୟ ଚିଠି
କରତାରପୁର କରିଡର ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ଅଧିର ସିଦ୍ଧୁ । ଅନୁମତି ପାଇଁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଲେଖିଲେ ତୃତୀୟ ଚିଠି । ଅଧିକ ପଢନ୍ତୁ...
![କରତାରପୁର କରିଡର ଉଦଘାଟନୀ ଉତ୍ସବ, ବିଦେଶ ମନ୍ତ୍ରଣାଳୟକୁ ସିଦ୍ଧୁଙ୍କ 3ୟ ଚିଠି](https://etvbharatimages.akamaized.net/etvbharat/prod-images/768-512-4991307-thumbnail-3x2-kajatara.jpeg)
ନବଜୋତ ସିଂହ ସିଦ୍ଧୁ ଏହା ପୂର୍ବରୁ ଦୁଇଟି ଚିଠି ଲେଖି ଅନୁମତି ମାଗିସାରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ତାଙ୍କ ଚିଠିର କୌଣସି ପ୍ରତିଉତ୍ତର ମିଳିପାରିନାହିଁ । ଏହି ଚିଠି ଲେଖି ସେ ସରକାରଙ୍କୁ ସ୍ପଷ୍ଟ ଉତ୍ତର ରଖିବା ପାଇଁ କହିଛନ୍ତି ।
ସିଦ୍ଧୁ ଚିଠିରେ ଲେଖିଛନ୍ତି ଯେ, ବାରମ୍ବାର ଅବଗତ କରାଇବା ସତ୍ତ୍ବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଜବାବ ମିଳୁନାହିଁ । ଏହାସବ ବର୍ତ୍ତମାନ ସୁଦ୍ଧା କରତାରପୁର କରିଡର ଉଦ୍ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ ଯିବା ପାଇଁ ଅନୁମତି ମିଳିବ କି ନାଁ ସେ ସଂକ୍ରାନ୍ତରେ ସରକାର ସ୍ପଷ୍ଟ କଣ ପାଇଁ କରୁ ନାହାଁନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଉତ୍ତର ପ୍ରଦାନରେ ବିଳମ୍ବ ପାକିସ୍ତାନ ଯିବାରେ ବାଧା ସୃଷ୍ଟି କରୁଥିବା କଥା ସେ କହିଛନ୍ତି ।