ବେଙ୍ଗାଲୁରୁ: କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପୁଣି ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ସିଦ୍ଧରମୈୟା ଭାରତୀୟ ଜନତା ପାର୍ଟିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ ବିଜେପିର ତୁଳନା ବେଶ୍ୟାଙ୍କ ସହ କରିଛନ୍ତି ।
ବିଜେପିକୁ ବେଶ୍ୟା କହିଲେ ସିଦ୍ଧରମୈୟା - Siddaramaiah
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିବାଦୀୟ ବୟାନ ଦେଇ ବିଜେପିକୁ ବେଶ୍ୟାଙ୍କ ସହ ତୁଳନା କରିଛନ୍ତି । ଯେଉଁ ଡାନ୍ସର ନୃତ୍ୟ କରିପାରେ ନାହିଁ, ସେ ନୃତ୍ୟ ମଞ୍ଚକୁ ଦୋଷ ଦିଏ ବୋଲି ସିଦ୍ଧରମୈୟା ପ୍ରତିକ୍ରିୟା ଦେଇଛନ୍ତି ।
![ବିଜେପିକୁ ବେଶ୍ୟା କହିଲେ ସିଦ୍ଧରମୈୟା](https://etvbharatimages.akamaized.net/etvbharat/prod-images/768-512-4304895-600-4304895-1567317313324.jpg)
ଫାଇଲ ଫଟୋ
ମେଣ୍ଟ ସରକାର ଭାଙ୍ଗିବାକୁ ନେଇ ଜେଡିଏସ ସିଦ୍ଧରମୈୟାଙ୍କୁ ଦୋଷୀ ଭାବୁଥିବା ନେଇ ପ୍ରଶ୍ନ ପଚାରାଯାଇଥିବା ବେଳେ ସିଦ୍ଧରମୈୟା କନ୍ନଡର ଏକ ପୁରୁଣା ଋଢି କହିଥଲେ, ଯାହାର ମାନେ କିଛି ଏପରି ଥିଲା କି 'ଯେଉଁ ବେଶ୍ୟାମାନେ ନୃତ୍ୟ କରି ପାରନ୍ତି ନାହିଁ ସେମାନେ ମଞ୍ଚକୁ ଦୋଷ ଦିଅନ୍ତି' ।
ବେଶ୍ୟାମାନେ ଡାନ୍ସ ଫ୍ଲୋରକୁ ନେଇ ଆପତ୍ତି କରିପାରିବେ ନାହିଁ ବୋଲି ସିଦ୍ଧରମୈୟା କହିଛନ୍ତି । ଯେଉଁ ଡାନ୍ସର ନୃତ୍ୟ କରିପାରେ ନାହିଁ, ସେ ନୃତ୍ୟ ମଞ୍ଚକୁ ଦୋଷ ଦିଏ ବୋଲି ସିଦ୍ଧରମୈୟା ପ୍ରତିକ୍ରିୟା ଦେଇଛନ୍ତି । ଏହି ଟିପ୍ପଣି ସେ ଆଉ କାହା ପାଇଁ ନୁହେଁ ବରଂ ବିଜେପି ପାଇଁ ଦେଇଥିବା କହିଛନ୍ତି ।