ଓଡିଶା

odisha

ETV Bharat / bharat

ସିସିଡି ମାଲିକଙ୍କ ମୃତ୍ୟୁର ହେଉ ନିରପେକ୍ଷ ତଦନ୍ତ: ସିଦ୍ଧରମୈୟା - ସିସିଡି ମାଲିକଙ୍କ ମୃତ୍ୟୁ

ବୁଧବାର ନେତ୍ରାବତୀ ନଦୀ କୂଳରୁ ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ଏ ଘଟଣାର ସେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଫାଇଲ ଫଟୋ

By

Published : Aug 1, 2019, 3:15 AM IST

ବେଙ୍ଗାଲୁରୁ: ‘କେଫ୍ କଫି ଡେ’ ର (ସିସିଡି) ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଳେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା । ବୁଧବାର ନେତ୍ରାବତୀ ନଦୀ କୂଳରୁ ସିସିଡି ମାଲିକ ଭିଜି ସିଦ୍ଧାର୍ଥତାଙ୍କ ମୃତଦେହ ମିଳିବା ପରେ ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଧାରମୈୟା ।


ସୋମବାର ସନ୍ଧ୍ୟାରେ ଭିଜି ସିର୍ଦ୍ଧାର୍ଥଙ୍କ ଅଚାନକ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତେବେ ତାଙ୍କ ନାଁରେ ପାଖାପାଖି 8 ହଜାରରୁ ଉର୍ଦ୍ଧ୍ବ କରଜ ରହିଥିଲା ବେଳେ କମ୍ପାନୀ କ୍ଷତିରେ ଚାଲିଥିଲେ । ଏଥିରେ ଭାରକ୍ରାନ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ବେଳେ ନିଖୋଜର ଦୁଇଦିନ ପରେ ଅର୍ଥାତ୍ ବୁଧବାର ସକାଳେ ନେତ୍ରାବତୀ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, କର୍ଣ୍ଣାଟକର ମେଙ୍ଗାଲୁରୁ ନିକଟ ନେତ୍ରାବତୀ ନଦୀରେ ନିଖୋଜ ହେବା ପରେ ଭିଜି ସିଦ୍ଧାର୍ଥଙ୍କୁ ପ୍ରାୟ ୨୦୦ ଜଣ ଖୋଜୁଥିଲେ । ଏଥିରେ ପୋଲିସ, ମତ୍ସଜୀବୀ ଓ ଅନ୍ୟ ଉଦ୍ଧାରକାରୀ ଟିମ ସାମିଲ ଥିଲେ ।

ABOUT THE AUTHOR

...view details