ଶ୍ରୀନଗର: ଆଜି ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁକୁ ପୁରିଲା ତିନି ବର୍ଷ । ଏନେଇ ବନ୍ଦ ରହିଛି ଶ୍ରୀନଗର । ଦକ୍ଷିଣ କାଶ୍ମୀରର ସବୁ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ସେବା ସଂପୂର୍ଣ୍ଣ ବନ୍ଦ କରାଯାଇଛି ।
ବୁରହାନ ୱାନିର ମୃତ୍ୟୁକୁ ପୁରିଲା 3 ବର୍ଷ: ଶ୍ରୀନଗର ବନ୍ଦ, ଇଣ୍ଟରନେଟ ସେବା ଠପ୍ - bandh
ଆଜି ବୁରହାନ ୱାନିର ମୃତ୍ୟୁକୁ ପୁରିଲା 3 ବର୍ଷ । ଏନେଇ ବନ୍ଦ ରହିଛି ଶ୍ରୀନଗର । ରବିବାର ଠାରୁ ଏଠାରେ ବନ୍ଦ ରହିଛି ଇଣ୍ଟରନେଟ ସେବା ।
![ବୁରହାନ ୱାନିର ମୃତ୍ୟୁକୁ ପୁରିଲା 3 ବର୍ଷ: ଶ୍ରୀନଗର ବନ୍ଦ, ଇଣ୍ଟରନେଟ ସେବା ଠପ୍](https://etvbharatimages.akamaized.net/etvbharat/prod-images/768-512-3776755-thumbnail-3x2-burhan-wani.jpg)
ବୁରହାନ ୱାନି 2016 ଜୁଲାଇ 8 ତାରିଖରେ ଅନନ୍ତନାଗ ଜିଲ୍ଲା କୋକେରନାଗ ଅଞ୍ଚଳରେ ସୁରକ୍ଷାକର୍ମୀ- ଆତଙ୍କବାଦୀଙ୍କ ଗୁଳି ବିନିମୟରେ ପ୍ରାଣ ହରାଇଥିଲା । ଏହି ଘଟଣାପରେ ପୋଲିସ ଓ ସାଧାରଣ ଲୋକଙ୍କ ଉପରେ ହେଉଥିଲା ଆକ୍ରମଣ । ପୋଲିସ ଗାଡିରେ ନିଆଁ ଲଗାଇ ଦେଉଥିଲା ଆତଙ୍କବାଦୀ । ଏଥିରେ ପ୍ରାୟ 98 ଲୋକ ପ୍ରାଣ ହରାଇଥିଲେ ।
ସୋମବାର ଜମ୍ମୁ-କାଶ୍ମୀରର ଅନନ୍ତନାଗ, ପୁଲୱାମା, ସୋପିଆନ ଓ କୁଲଗାମରେ ବନ୍ଦ ରହିଛି ଇଣ୍ଟରନେଟ ସେବା । ଏପଟେ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ସୁରକ୍ଷାକାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ଜାତୀୟ ରାଜପଥ ଅମରନାଥ ଯାତ୍ରା ପାଇଁ ଯାତ୍ରୀମାନେ ବ୍ୟବହାର କରୁଥିବା ନେଇ ସୁରକ୍ଷାକର୍ମୀ କଡା ପ୍ରହରା ଦେଉଥିବା ଜଣାପଡିଛି ।