ଓଡିଶା

odisha

ETV Bharat / bharat

କୋରୋନା ସହାୟତା: ପିଏମ କେୟାର୍ସକୁ 1.08କୋଟି ଦେଲା ଶ୍ରୀ ମାରୁତି କୋରିଅର - ପିଏମ କେୟାର୍ସ

PM-CARES ପାଣ୍ଠିରେ 1.08 କୋଟି ଟଙ୍କା ପ୍ରଦାନ କରିଛି ଭାରତର ଅଗ୍ରଣୀ କୋରିୟର ସେବା ପ୍ରଦାନକାରୀ ସଂସ୍ଥା ଶ୍ରୀ ମାରୁତି କୋରିଅର । ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ କମ୍ପାନୀର ପ୍ରାୟ 10,000 ଡେଲିଭରି କର୍ମଚାରୀ ଅଭାବୀ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିବାରେ ନିୟୋଜିତ ଅଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 7, 2020, 7:52 PM IST

ନୂଆଦିଲ୍ଲୀ: ସାରା ଦେଶ ଏବେ ଏକାଠି ହୋଇ ମହାମାରୀ ମହାବିପଦ କୋରୋନା ଭାଇରସ ବିରୋଧରେ ଲଢେଇ ଜାରି ରଖିଛି । ମହାମାରୀ ମୁକାବିଲା ପାଇଁ ଦେଶରେ ସମସ୍ତେ ସହାୟତାର ହାତ ବଢାଉଛନ୍ତି । ଏପରିସ୍ଥଳେ PM-CARES ପାଣ୍ଠିରେ 1.08 କୋଟି ଟଙ୍କା ପ୍ରଦାନ କରିଛି ଭାରତର ଅଗ୍ରଣୀ କୋରିୟର ସେବା ପ୍ରଦାନକାରୀ ସଂସ୍ଥା ଶ୍ରୀ ମାରୁତି କୋରିଅର ।

ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ କମ୍ପାନୀର ପ୍ରାୟ 10,000 ଡେଲିଭରି କର୍ମଚାରୀ ଅଭାବୀ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିବାରେ ନିୟୋଜିତ ଅଛନ୍ତି ।

କମ୍ପାନୀର ଚେୟାରମ୍ୟାନ୍ ରାମ ମୋକାରିଆ କହିଛନ୍ତି ଯେ ପରସ୍ପରକୁ ସାହାଯ୍ୟ କରିବାର ଏହା ହେଉଛି ସମୟ ଏବଂ ଶ୍ରୀ ମାରୁତି କୋରିଅର ଏହି କାର୍ଯ୍ୟ ପାଇଁ ପ୍ରତିଶ୍ରୁତିବଦ୍ଧ।

@IANS ଇନପୁଟ

ABOUT THE AUTHOR

...view details