ହାଇଦ୍ରାବାଦ: ମାଓବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ ଓସମାନିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଗିରଫ । ଗିରଫ ହେବାର ଗୋଟିଏ ଦିନ ପରେ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ମାଗିଲେ ତେଲେଙ୍ଗାନା ହାଇକୋର୍ଟ । ଅଭିଯୁକ୍ତଙ୍କ ବୟାନ ରେକର୍ଡ, କେସ ଡାଏରୀ ଓ ଏଫଆଇଆର କପି କୋର୍ଟରେ ଉପସ୍ଥାପନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
ପ୍ରଫେସରଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ନେଇ ସୋମବାର କୋର୍ଟରେ ଏକ ଆବେଦନ ହୋଇଥିଲା । ଯାହାର ଶୁଣାଣି କରି ମୁଖ୍ୟ ବିଚାରପତି ଆରଏସ ଚୌହ୍ବାନ ଆଭିଯୁକ୍ତଙ୍କ ବୟାନକୁ ରେକର୍ଡ କରିବା ସହ ସମସ୍ତ ପ୍ରମାଣ ଜାନୁଆରୀ 23ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଶନିବାର, ତେଲେଙ୍ଗାନା ସିଭିଲ ଲିବର୍ଟୀ କମିଟି ଗୋଦାମ ଲକ୍ଷ୍ମଣ ଦ୍ବାରା ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା ।
ଓସମାନିଆ ପ୍ରଫେସର ଗିରଫ ମାମଲା: ରାଜ୍ୟ ପୋଲିସକୁ ତଥ୍ୟ ପ୍ରମାଣ ମାଗିଲେ ହାଇକୋର୍ଟ - ଓସମାନିଆ ୟୁନିଭର୍ସିଟିର ପ୍ରଫେସର ଗିରଫ ଘଟଣା
ମାଓବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ ଓସମାନିଆ ବିଶ୍ବବିଦ୍ୟାଳୟର ପ୍ରଫେସର ଗିରଫ ମାମଲାରେ ତେଲେଙ୍ଗାନା ହାଇକୋର୍ଟଙ୍କ ଶୁଣାଣି । ପୋଲିସ ଉପରେ ବର୍ଷିବା ସହ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ମାଗିଲେ କୋର୍ଟ ।
ଓସମାନିଆ ୟୁନିଭର୍ସିଟିର ପ୍ରଫେସର ଗିରଫ ଘଟଣା
ସେପଟେ ସିଦ୍ଧିପେଟ ଜିଲ୍ଲା ପୋଲିସ କମିଶନର କହିଛନ୍ତି, କାସିମଙ୍କ କେସର ଶୁଣାଣି କରି ବର୍ଷିଛନ୍ତି ହାଇକୋର୍ଟ । କାସିମଙ୍କୁ କେଉଁ ଆଧାରରେ ଗିରଫ କରାଯାଇଛି ? ସେନେଇ ତଥ୍ୟ ମାଗିବା ସହ ଅଭିଯୁକ୍ତ ବିରୋଧରେ ପୂର୍ବରୁ ପଡିରହିଥିବା ଅନ୍ୟ 5ଟି କେସ ବିଷୟରେ ପଚାରିବୁଝିଥିଲେ । ଏହାପରେ ପୋଲିସ ସମସ୍ତ ପ୍ରମାଣକୁ କାଉଣ୍ଟର ଶପଥପାଠ ମଧ୍ୟରେ ଦାଖଲ କରିଥିଲେ । ଏପରିକି କାସିମଙ୍କ ମାଓବାଦୀ ଲିଙ୍କ୍ ସମ୍ପର୍କୀତ ତଥ୍ୟ ବି ଦେଇଥିଲା ପୋଲିସ ।
ଓସମାନିଆ ବିଶ୍ବବିଦ୍ୟାଳୟର ତେଲୁଗୁ ବିଭାଗରେ କାର୍ଯ୍ୟରତ 46 ବର୍ଷୀୟ କାସିମ । ଗତ ଶନିବାର ତାଙ୍କୁ ଘରେ ରେଡ ପରେ ତାଙ୍କୁ ଗିରଫ କରାଯାଇଥିଲା ।