ଓଡିଶା

odisha

ETV Bharat / bharat

ଶୋପିଆନରେ ହୋଇଥିଲା ଫେକ୍‌ ଏନକାଉଣ୍ଟର, ସ୍ବୀକାର କଲା ସେନା - ଶୋପିଆନ ଏନକାଉଣ୍ଟର

ଶୋପିଆନ ଏନକାଉଣ୍ଟର ଘଟଣାରେ ଭାରତୀୟ ସେନା ହାତରେ ଲାଗିଛି ପ୍ରମାଣ । ଯବାନମାନେ AFSPA ଅଧୀନରେ କ୍ଷମତାର ଉଲ୍ଲଂଘନ କରିଛନ୍ତି । ଏନେଇ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେନା ପ୍ରତିକ୍ରିୟା ରଖିଛି । ଅଧିକ ପଢନ୍ତୁ...

ଶୋପିଆନରେ ହୋଇଥିଲା ଫେକ୍‌ ଏନକାଉଣ୍ଟର, ସ୍ବୀକାର କଲା ସେନା
ଶୋପିଆନରେ ହୋଇଥିଲା ଫେକ୍‌ ଏନକାଉଣ୍ଟର, ସ୍ବୀକାର କଲା ସେନା

By

Published : Sep 18, 2020, 5:47 PM IST

ଶ୍ରୀନଗର: ଶୋପିଆନ ଏନକାଉଣ୍ଟର ଘଟଣାରେ ଭାରତୀୟ ସେନା ହାତରେ ଲାଗିଛି ପ୍ରମାଣ । ଏହି ପ୍ରମାଣ ଅନୁଯାୟୀ ଏନକାଉଣ୍ଟରରେ ସାମିଲ ଥିବା ଯବାନମାନେ କ୍ଷମତାର ଦୁରୁପଯୋଗ କରିଥିବା ସେନା ସ୍ବୀକାର କରିଛି । ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଆର୍ମି ଆକ୍ଟ ଅଧିନରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ଅଧିକାରୀଙ୍କ କହିବା ଅନୁଯାୟୀ ଶୋପିଆନରେ ହୋଇଥିବା ଏନକାଉଣ୍ଟର ଫେକ୍‌ । ଯବାନମାନେ AFSPA ଅଧୀନରେ କ୍ଷମତାର ଉଲ୍ଲଂଘନ କରିଛନ୍ତି । ଏନେଇ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚଳିତ ବର୍ଷ ଜୁଲାଇରେ ଶୋପିଆନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ରଜୌରୀର 3 ଜଣଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି କହିଥିଲେ ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ହତ୍ୟାକାଣ୍ଡରେ ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ସିହ୍ନା କହିଥିଲେ ଯେ ଏହି ଘଟଣା ପରେ ସେନା ଓ ପୋଲିସ ମିଳିତ ଭାବରେ ପୃଥକ ତଦନ୍ତ ଜାରି ରଖିଥିବା ବେଳେ ପରିବାର ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।

ମଜୁରୀ କାମ ପାଇଁ ଶୋପିଆନ ଯାଇଥିବା ଜଣେ ନାବାଳକ ସମେତ 2 ଯୁବକ ଜୁଲାଇ 17 ସଂଧ୍ୟାରେ ନିଖୋଜ ହୋଇଯାଇଥିଲେ । ରଜୋରୀ ଜିଲ୍ଲା କୋଟରଙ୍କା ବାସିନ୍ଦା ବାଗଗା ଖାନଙ୍କ ପୁଅ ଅହମ୍ମଦ ଖାନ, ତାଙ୍କ ଶଳା ଅବରର ଅହମ୍ମଦ, ଏବଂ ତାଙ୍କର ଜଣେ ସମ୍ପର୍କୀୟ ଇମତିଆଜ ଅହମ୍ମଦ ମଜୁରୀ କାମ ପାଇଁ ଶୋପିଆନ ଯାଇଥିଲେ । ଜୁଲାଇ 18 ପୂର୍ବାହ୍ନରେ ପୋଲିସ ଏବଂ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାର ଆମିସିପୋରା ଗାଁରେ ଏକ ଏନକାଉଣ୍ଟରରେ ତିନି ଜଣ ଅଜ୍ଞାତ ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଥିବା ଦାବି କରିଥିଲେ ।

ଶ୍ରୀନଗରର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଳିଆ ଅଗଷ୍ଟରେ ଦେଇଥିବା ବିବୃତ୍ତିରେ କହିଥିଲେ ଯେ 18 ଜୁଲାଇ 2020ରେ ଶୋପିଆନରେ ହୋଇଥିବା ଅପରେସନ ନେଇ ଆମେ ସୋସିଆଲ ମିଡିଆ ଉପରେ ନଜର ରଖିଛୁ । ଅପରେସନ ସମୟରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ ଏବଂ ପ୍ରୋଟୋକଲ ଆଧାରରେ ମୃତଦେହକୁ ପୋତି ଦିଆଯାଇଛି । ସେନା ଘଟଣାର ତଦନ୍ତ କରୁଥିବା କର୍ଣ୍ଣେଲ ସୂଚନା ଦେଇଥିଲେ ।

ମୃତକଙ୍କ ପରିବାର ଅନୁଯାୟୀ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 3 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ସେମାନେ କହିଛନ୍ତି ଯେ ଶୋପିଆନରେ ପହଞ୍ଚିବା ପରେ ସେମାନଙ୍କ ମୋବାଇଲ ଫୋନ ବନ୍ଦ ହୋଇଯାଇଥିଲା । ତେବେ ତିନି ସପ୍ତାହ ପରେ ଅଗଷ୍ଟ 8ରେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ପରିବାରବର୍ଗ ଏହି ତିନି ଯୁବକ ସେମାନଙ୍କର ପୁଅ ବୋଲି ଚିହ୍ନଟ କରିଥିଲେ ।

ABOUT THE AUTHOR

...view details