ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, ପ୍ରେସ କନଫରେନ୍ସରେ ବର୍ଷିଲେ ଉଦ୍ଧବ - ବିଜେପି ମେଣ୍ଟ ଭାଙ୍ଗିଛି

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସମ୍ବାଦିକ ସମ୍ମିଳନୀରେ ମେଣ୍ଟରେ ଫାଟ ଓ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ବିଜେପିକୁ ଦାୟୀ କରିଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 12, 2019, 9:23 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସମ୍ବାଦିକ ସମ୍ମିଳନୀରେ ମେଣ୍ଟରେ ଫାଟ ଓ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ବିଜେପିକୁ ଦାୟୀ କରିଛନ୍ତି। ଏନେଇ ସେ କହିଛନ୍ତି ଶିବସେନା ନୁହେଁ ବିଜେପି ସମ୍ପର୍କ ପ୍ରଥମେ ତୁଟାଇଛି। ଏହାସହ ସେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଓ ଆଗାମୀ ପଦକ୍ଷେପ ନେଇ ସୂଚନା ଦେଇଛନ୍ତି।

ଉଦ୍ଧବ ପ୍ରେସ କନଫରେନ୍ସରେ ବିଜେପି ପ୍ରଥମେ ସମ୍ପର୍କ କାଟିଛି, ଶିବସେନା ନୁହେଁ ବୋଲି କହିଛନ୍ତି । ଶିବସେନା ବିଜେପିକୁ କେବଳ ନିର୍ବାଚନ ପୂର୍ବ ପ୍ରତିଶ୍ରୁତି 50-50 ଫର୍ମୁଲା ହକ୍‌ ଦାବି କରିଥିଲା । ଏହାସହ ସାଧାରଣ ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେପି ସଂଖ୍ୟାଗରିଷ୍ଠତା ହାସନ ନକରିବା ନେଇ ହାୱା ବହୁଥିଲା, ସେଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଶିବସେନା ବିଜେପି ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିଲା। ସମ୍ପର୍କ ଛିଣ୍ଡାଇବା କାମ ବିଜେପିର ବୋଲି ସେ କହିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନ ପିଲାଖେଳ ନୁହେଁ ବୋଲି କହିଛନ୍ତି । ଏହାସହ 6 ମାସର ସମୟ ଦିଆଯାଇଥିବାରୁ ରାଜ୍ୟପାଳଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଜେପି ବିକଳ୍ପ ସମାପ୍ତ ପ୍ରଥମେ କରିଛି , ଶିବସେନା ନୁହେଁ ବୋଲି ସେ କହିଛନ୍ତି । ଏହାସହ ଶିବସେନା ପକ୍ଷରୁ ସୁପ୍ରିମକୋର୍ଟରେ କୌଣସି ଯାଚିକା ଦାଖଲ କରାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଏହାସହ ଶିବସେନାକୁ କଂଗ୍ରେସ ଓ ଏନସିପିର ସମର୍ଥନ ନେଇ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି । ସୋମବାର କଂଗ୍ରେସ ଓ ଏନସିପି ସହ ଶିବସେନାର ଆଲୋଚନା ପରେ ଦୁଇ ଦଳ ବିଚାର ଓ ସମର୍ଥନ ନେଇ ଅଧିକ ସମୟ ମାଗିଥିବା କହିଛନ୍ତି ଉଦ୍ଧବ ଠାକରେ। ତିନି ଦଳର ବିଚାରଧାରା ଭିତରେ ଯଥେଷ୍ଟ ପାର୍ଥକ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ସମର୍ଥନ ପାଇଁ ସମୟ ଲାଗିବା ସ୍ବାଭାବିକ ବୋଲି ସେ କହିଛନ୍ତି । ଅନ୍ୟପଟେ ଶିବସେନା ସରକାର ଗଠନ ପାଇଁ ଅଧିକ ସମୟ ଦେବାକୁ ରାଜ୍ୟପାଳ ଅଗ୍ରାହ୍ୟ କରିଥିଲେ।

ଏହି ପ୍ରେସ କନଫରେନ୍ସରେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି । ଏହାସହ କଂଗ୍ରେସ ଓ ଏନସିପି ସହ ରାଜ୍ୟରେ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ଅଧିକ ଆଲୋଚନା କରାଯାଉଥିବା କହିଛନ୍ତି।

ଅନ୍ୟପଟେ କଂଗ୍ରେସ ଓ ଏନସିପି ମଙ୍ଗଳବାର ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ପ୍ରେସ କନଫରେନ୍ସରେ ଏହାକୁ ନିନ୍ଦା କରିଛନ୍ତି।

ABOUT THE AUTHOR

...view details