ମୁମ୍ବାଇ: ଲଦାଖ ସୀମାରେ ଚୀନ ସହ ତିକ୍ତତା ପ୍ରସଙ୍ଗରେ ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଲୋଚନାକୁ ପୁନରାବୃତ୍ତି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଛି । ଶିବସେନା ମୁଖପତ୍ର ‘ସାମନା’ରେ ଚୀନ ଯବାନଙ୍କୁ କେବେ ସ୍ଥାନାନ୍ତରଣ କରାଯିବ ବୋଲି ପ୍ରଶ୍ନ କରାଯାଇଛି । ସାମନାର ସମ୍ପାଦକୀୟରେ ଚୀନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରାଯାଇଛି।
ଏଥିରେ ଲେଖା ଅଛି ଯେ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଦୃଢ ମନ୍ତବ୍ୟ ଦେଇଛନ୍ତି। ଲଦାଖରେ ପ୍ରବେଶ କରିଥିବା ଚୀନ୍ ସୈନିକମାନଙ୍କୁ କେବେ ବାହାର କରିବେ ? ଯଦି ଆମ ସରକାର ସେଠାରେ ଥାଆନ୍ତେ, ତେବେ ଚାଇନିଜଙ୍କୁ 15 ମିନିଟରେ ଉଠାଇ ବାହାରେ ଫୋପାଡି ଦିଅନ୍ତେ । ଶିବସେନା କହିଛି ଯେ ରାହୁଲ ଗାନ୍ଧୀଙ୍କ ଆକ୍ରମଣର ଜବାବ ଏଯାଏଁ ବିଜେପି ପାଖରେ ନାହିଁ । ରାହୁଲ ଗାନ୍ଧୀ ପ୍ରଥମେ ହାଥରସ ଯାଇଥିଲେ। ଏହାପରେ ସେ ପଞ୍ଜାବ ଏବଂ ବର୍ତ୍ତମାନ ହରିୟାଣାରେ କୃଷକଙ୍କ ନେତୃତ୍ବ ନେଉଛନ୍ତି। ଶିବସେନା କହିଛି ଯେ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା ହେବା ସତ୍ତ୍ବେ ରାହୁଲ ଗାନ୍ଧୀଙ୍କ ପରି ଜଣେ ଯୋଦ୍ଧା ଅଟକି ନାହାଁନ୍ତି ।